ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଟେମରା ପଞ୍ଚାୟତ ଟେମରା ବଜାର ପଡିଆ ପାଇଁ ଉଦ୍ଧିଷ୍ଟ ସରକାରୀ ସ୍ଥାନରେ ଗ୍ରାମର ଜୈନିକ ବ୍ୟକ୍ତି ନିଜ ବାପାଙ୍କ ସ୍ମୁତିରେ ଏକ ପ୍ରତିକୃତି ସ୍ଥାପନ କରିଛନ୍ତି। ତେବେ ବଜାର ପଡିଆ ପାଇଁ ରହିଥିବା ସରକାରୀ ଜାଗାରେ ଷ୍ଟେଚୁ ନିର୍ମାଣକୁ ନେଇ ଦେଖାଦେଇଛି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ। ପ୍ରତିକୃତି ସ୍ଥାପନ କରିବା ପୂର୍ବରୁ ଜୈନିକ ବ୍ୟକ୍ତି ରାଜସ୍ୱ ବିଭାଗ ଠାରୁ କୌଣସି ଅନୁମତି ନେଇ ନଥିବା ଜଣାପଡିଛି। ଏନେଇ କୋକସରା ତହସିଲଦାର ରାକେଶ ପରୁଆଙ୍କ ପ୍ରତିକ୍ରିୟା ନେବାରୁ ଆମ ପାଖରେ କିଛି ଅଭିଯୋଗ ଆସିନାହିଁ, ସରକାରୀ ଜାଗାରେ ବେସରକାରୀ ଅନୁଷ୍ଠାନ କୌଣସି ନିର୍ମାଣ ପୂର୍ବରୁ ରାଜସ୍ବ ବିଭାଗର ଅନୁମତି ଦରକାର ବୋଳି କହିବା ସହ ଏନେଇ ତଦନ୍ତ କରାଯିବ ବୋଲି କହିଛନ୍ତି।