ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଥିବା ଆଦିବାସୀ ସହୀଦ ମାନଙ୍କୁ ଇତିହାସ ପୃଷ୍ଠାରେ ସ୍ଥାନୀତ କରାଯାଉ -ମେଦିନୀଧର ଜାନୀ

ନର୍ଲା କନ୍ଧ ସମାଜ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ କଳା, ସଂସ୍କୃତି, ଲୋକ ଗୀତ, ଲୋକ ନୃତ୍ୟ, ଲୋକ ସାହିତ୍ୟ, ଐତିହ୍ୟ, ପରମ୍ପରା ଓ ପ୍ରାଚୀନ ଧର୍ମଧାରାକୁ ଋଦ୍ଧିମନ୍ତ କରିବାରେ ଆଦିବାସୀ ସମାଜର ଦାନ ଅତୁଳନୀୟ। ଦେଶର ସ୍ବାଧୀନତା ସଂଗ୍ରାମରେ ଅନେକ ଆଦିବାସୀ ବୀର ସହୀଦ ହୋଇଛନ୍ତି କିନ୍ତୁ ସେମାନଙ୍କ ବୀରତ୍ବଗାଥା ଅନାଲୋଚିତ ହୋଇ ରହିଛି। ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି କିନ୍ତୁ ପରିତାପର ବିଷୟ ଇତିହାସର ପୃଷ୍ଠା ମଣ୍ଡନ କରି ପାରିନାହିଁ ଏହି ବୀର ସହୀଦ ମାନଙ୍କ ଜୀବନୀ। ତେଣୁ ଦେଶ ମାତୃକାର ମୁକ୍ତିପାଇଁ ପ୍ରାଣବଳୀ ଦେଇଥିବା ଆଦିବାସୀ ସହୀଦ ମାନଙ୍କୁ ଖୋଜି ବାହାର କରିବାସହ ଇତିହାସ ପୃଷ୍ଠାରେ ସ୍ଥାନୀତ କରିବାକୁ ନର୍ଲା କନ୍ଧ ସମାଜ ପକ୍ଷରୁ ଆୟୋଜିତ ବିଶ୍ୱ ଆଦିବାସୀ ଦିବସ ଅବସରରେ ଦାବି ଉପସ୍ଥାପନ କରିଛନ୍ତି ବିଶିଷ୍ଟ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ। ଆଜି ନର୍ଲା କନ୍ଧ ସମାଜ ପକ୍ଷରୁ ନବ ନିର୍ମାଣଧିନ ମାଁ ଡୁକରୀ ଦେବୀ ପୀଠଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏଥିରେ କନ୍ଧ ସଂସ୍କୃତି ଗବେଷକ ଶ୍ରୀ ଜାନୀଙ୍କ ସହ ବରିଷ୍ଠ କନ୍ଧ ସମାଜ ସଂଗଠକ ଦୂର୍ଯ୍ୟୋଧନ ମାଝୀ, କନ୍ଧ କବି କ୍ଷୀତିଶ ଚନ୍ଦ୍ର ମାଝୀ, ମୋହନ ମାଝୀ, ଛବି ମାଝୀ, ବିଦୁ ମାଝୀ, ଘନଶ୍ୟାମ ମାଝୀ, ଗଜପତି ମାଝୀ, ଭୁଜନ ମାଝୀ, ଗଦା ମାଝୀ, ଜଗ ମାଝୀ ପ୍ରମୁଖ ଉପସ୍ଥିତ ରହି ବିଶ୍ଵ ଆଦିବାସୀ ଦିବସ ପାଳନ କରିଥିଲେ। ସଭା ପ୍ରାରମ୍ଭରେ ଦେଶର ସ୍ବାଧିନତା ସଂଗ୍ରାମରେ ଭାଗ ନେଇ ସହୀଦ ହୋଇଥିବା ଆଦିବାସୀ ବୀର ମାନଙ୍କ ସ୍ମୃତି ଚାରଣ କରିବାସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଦୀର୍ଘ ୨୪ ବର୍ଷ ପରେ ମଧ୍ୟ ପେସା ଆଇନ ଲାଗୁ ହୋଇନଥିବାରୁ ଉଦବେଗ ପ୍ରକାଶ ପାଇବା ସହ ଶିଘ୍ର ଏହି ଆଇନ କାର୍ଯ୍ୟକାରୀ କରିବାକୁ ସଭାରେ ଦାବି ହୋଇଛି। ୨୦୦୬ ଆଇନ ଅନୁଯାୟୀ ଆଦିବାସୀ ମାନଙ୍କର ବ୍ୟକ୍ତିଗତ, ଗୋଷ୍ଠୀଗତ, ଜଙ୍ଗଲ ଜମି ଅଧିକାର ସରକାର ଯୁଦ୍ଧ କାଳୀନ ଭିତ୍ତିରେ ଲାଗୁ କରିବା ଜରୁରୀ ବୋଲି ସଭାରେ ମତ ପ୍ରକାଶ ପାଇଛି। ଭାରତୀୟ ସମ୍ବିଧାନରେ ଥିବା ଆଦିବାସୀମାନଙ୍କ ମୈ।ଳିକ ଅଧିକାର କାର୍ଯ୍ୟକାରୀ କରିବା ପାଇଁ ଜନ ଆନ୍ଦୋଳନ ହେବ ବୋଲି ଏହି ଅବସରରେ ଚେତାବନୀ ଦିଆଯାଇଛି। ବିଶ୍ବ ଆଦିବାସୀ ଦିବସକୁ ସର୍ବ ଭାରତୀୟ ସ୍ତରରେ ଛୁଟି ଘୋଷଣା କରିବାକୁ ମଧ୍ୟ ଦାବି ହୋଇଛି। ଆଗାମୀ ଦିନରେ ବିଶ୍ବ ଆଦିବାସୀ ଦିବସ କିପରି ପୁରପଲ୍ଲୀରେ ପାଳିତ ହୋଇପାରିବ ସେଥିପାଇଁ ସମସ୍ତେ ସଜାଗ ରହି ପ୍ରଚାର ପ୍ରସାର କରିବାକୁ କନ୍ଧ କବି କ୍ଷୀତିଶ ଚନ୍ଦ୍ର ମାଝୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.