ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଆଜି ଅଗଷ୍ଟ ୯ ବିଶ୍ବ ଆଦିବାସୀ ଦିବସ। ଆଦିବାସୀ ସମାଜ ପାଇଁ ଏକ ଖୁସିର ଦିନ। ଏହି ଦିନକୁ ସ୍ମରଣୀୟ କରିବା ପାଇଁ କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଛକ ଠାରେ ପାଳିତ ହୋଇଯାଇଛି ବିଶ୍ବ ଆଦିବାସୀ ଦିବସ। ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ଆୟୋଜିତ ଉକ୍ତ ସମାରୋହରେ ପଞ୍ଚାୟତ କନ୍ଧ ସମାଜ ସଭାପତି ଭୀମ ଭୋଇ ସଭାପତିତ୍ୱ କରିଥିଲେ। ସଭାରେ ସମ୍ପାଦକ ନନ୍ଦି କିଶୋର ମାଝୀ, ଶୋଭକର ଜାନୀ, ସୁଶାନ୍ତ ଜାନୀ,ସମରେନ୍ଦ୍ର ସିଂ ଭୋଇ,ବାଦୁଲୁ ଜାନୀ, ମସ୍କାଦାଣ୍ଡି ଗାଁ କମିଟିରୁ ପ୍ରଦୀପ ଭୋଇ, କାସିଆ ଭୋଇ, କୁସୁରଲା ଗାଁ କମିଟିର ରାମସ୍ଵାମୀ ଜାନୀ, ଜଳନ୍ଧର ମାଝୀ, ସିଲେଟପଡାରୁ ଦୁର୍ଗା ମାଝୀ, ପଙ୍କଜ ଜାନୀ, ଜୋରାଡବରାରୁ ହୀରାଲାଲ ମାଝୀ, ସମ୍ଭବ ମାଝୀ, ବସନ୍ତ ଭୋଇ, ଯାଦୁ ଦାସ ଭୋଇ, ଯୁବ ସଙ୍ଗଠକ ଡମ୍ବରୁ ଧର ମାଝୀ, ତରୁଣ ଜାନୀଙ୍କ ସମେତ ଅନ୍ୟାନ୍ୟ ଗ୍ରାମ କମିଟି ର କର୍ମକର୍ତ୍ତା ଉପସ୍ଥିତ ରହି ଆଦିବାସୀ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଆଦିବାସୀଙ୍କ ହକ୍ ଏବଂ ଅଧିକାର ଉପରେ ଆଲୋଚନା କରିଥିଲେ।