ସ୍ୱାଧୀନତା ଦିବସରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଳାହାଣ୍ଡିର ୫ ସ୍ଥାନରେ ଦେଶାତ୍ମବୋଧକ କବିତା ପାଠୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସହିତ୍ୟି ଏକାଡେମୀ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୫ ଗୋଟି ସ୍ଥାନ ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, କେସିଙ୍ଗା ଓ ଥୁଆମୂଲ ରାମପୁର ଠାରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅୟୋଜିତ ହୋଇଥିଲା। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଭବାନୀପାଟଣାଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ସେଠ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଅଧ୍ୟକ୍ଷତା କରିଥିଲେ।

Omkar Vasthu
Omkar Vasthu


କାର୍ଯ୍ୟକ୍ରମର ଆୟୋଜକ ଡ଼ଃ ପଲ୍ଲିଶ୍ରୀ ପଟ୍ଟନାୟକ ଓ ସଂଯୋଜକ ସତ୍ୟନାରାୟଣ ମୁଣ୍ଡଛିନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଦେଶାତ୍ମବୋଧକ କବିତା ପାଠୋତ୍ସବରେ ଭବାନୀପାଟଣାର ୨୦ ଜଣ ନିମନ୍ତ୍ରିତ କବି ସ୍ଵରଚିତ ଦେଶାତ୍ମବୋଧକ କବିତା ଆବୃତ୍ତି କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟର ୨୫ ଟି ଜିଲ୍ଲାରେ ୧୨୫ ଟି ସ୍ଥାନରେ ୨୫୦୦ କବିଙ୍କୁ ନେଇ ଦେଶାତ୍ମବୋଧକ କବିତା ପାଠୋତ୍ସଵ ଅୟୋଜିତ ହୋଇଥିଲା ଯାହାକି ଦେଶରେ ପ୍ରଥମ ଓ ଅଭିନବ ଢଙ୍ଗରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ଓଡିଶା ସାହିତ୍ୟ ଏକାଡେମୀର ଏଭଳି ସୃଜନଶୀଳ କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.