କଳାହାଣ୍ଡି: ଦୁର୍ଗମ ଟିର୍ଲିଆମ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି

ପହଞ୍ଚିଲେ ମେଡିକାଲ ଟିମ୍, ଚିକିତ୍ସା ସହ କଲେ ଜନସଚେତନତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ ଓ ଅପହଞ୍ଚ ଟିର୍ଲିଆମ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ଅନେକ ଆକ୍ରାନ୍ତ ଥିବା ଜଣାପଡିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ପହଞ୍ଚିବା ପରେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ନେତୃତ୍ୱରେ ମେଡିକାଲ ଟିମ ଟିର୍ଲିଆମ ଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀମାନଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାପରେ ପୁଣି ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ମେଡ଼ିକାଲ ଟିମ ଗାଁରେ ପହଞ୍ଚି ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିଛନ୍ତି। ଟିର୍ଲିଆମ ଗାଁର ନୁନୋଇ ମାଝୀ(୫୦), ଲଛମା ମାଝୀ (୬୦), କମଳ ମାଝୀ୨୧), ରୁଦମା ମାଝୀ(୧୮), ଦୁର୍ଯ୍ୟୋ ମାଝୀ(୩୫) ଓ ଜଣେ ଶିଶୁ ବେବି ମାଝୀ (୬) ଆକ୍ରାନ୍ତ ଥିବାବେଳେ କୋକସରା ଡାକ୍ତରଖାନାରେ ନୁନୋଇ ମାଝୀ ଓ ବେବି ମାଝୀ ଚିକିତ୍ସିତ ହେଉଛନ୍ତି। ତେବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

ମେଡିକାଲ ଟିମ ସହ ଗ୍ରାମ୍ୟ ପରିମଳ ବିଭାଗ କର୍ମଚାରୀ ପହଞ୍ଚି ଗାଁରେ ଥିବା ନଳକୂପକୁ ବିଶୋଧନ କରିବା ସହ ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି। ମେଡିକାଲ ଟିମରେ ଶୁଭେନ୍ଦୁ ପଣ୍ଡା, ସୁଧୀର ଧଙ୍ଗଡାମାଝୀ, ସ୍ବାସ୍ଥ୍ୟକର୍ମୀ କ୍ଷୀରୋଦ ବାଗ, କୃଷ୍ଣଚନ୍ଦ୍ର କାଣ୍ଡ, ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ପଞ୍ଚାୟତ ନିର୍ବାହି ଅଧିକାରୀ ଗିରିଶ ଚନ୍ଦ୍ର ନାଏକ ପ୍ରମୁଖ ଚିକିତ୍ସା ସହ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.