ଝାଡା ବାନ୍ତି ବ୍ୟାପିଥିବା ଟିର୍ଲିଆମ ଗାଁରେ ପହଞ୍ଚିଲେ ଉପ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଂଚାୟତର ଦୁର୍ଗମ ଅଞ୍ଚଳରେ ଥିବା ଟିର୍ଲିଆମ ଗାଁରେ କିଛି ଦିନ ତଳେ ଝାଡ଼ାବାନ୍ତି ବ୍ୟାପିଥିଲା। କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସଙ୍କ ସମେତ ମେଡିକାଲ ଟିମ ପ୍ରଭାବିତ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରିବା ପରେ ସ୍ଥିତିରେ ସୁଧାର ଆସିଥିଲା। ଖବର ଜାଣିବା ପରେ ଗତକାଲି ଧର୍ମଗଡ ଉପ ଜିଲ୍ଲାପାଳ ପି. ସଚିନ ପ୍ରକାଶ ସ୍ଥିତି ଅନୁଧ୍ୟାନ କରିବାକୁ ଜଙ୍ଗଲି ରାସ୍ତାର ଏକ ନାଲାରେ ୪ ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ଆଣ୍ଠୁଏ ପାଣିରେ ପାରହୋଇ ପ୍ରାୟ ୩ କିମି. ଚାଲି ଚାଲି ଟିର୍ଲିଆମ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ସମସ୍ତ ଆକ୍ରାନ୍ତ ସୁସ୍ଥ ରହିଥିବା ଓ ଗ୍ରାମରେ କେହି ଆକ୍ରାନ୍ତ ନଥିବା ଜଣାପଡିଛି। ଅନ୍ୟପକ୍ଷରେ କୋକସରା ତହସିଲଦାର ରାକେଶ ପରୁଆ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଫନିନ୍ଦ୍ର ଆର୍କା, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀମାନେ ସ୍ୱାସ୍ଥ୍ୟ ସମ୍ପର୍କରେ ଗାଁରେ ରହୁଥିବା ଜନଜାତିଙ୍କୁ ସଚେତନ କରିଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.