ସରକାରୀ ଓକିଲ ଭାବେ ନର୍ଲା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ କୋର୍ଟରେ ଯୋଗଦେଲେ ସଂଜୟ ଧଙ୍ଗଡ଼ାମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ କୋର୍ଟରେ ସରକାରୀ ଓକିଲ (ଏପିପି) ଭାବେ ଯୋଗ ଦେଇଛନ୍ତି ଯୁବ ଆଇନଜୀବୀ ସଂଜୟ ଧଙ୍ଗଡ଼ାମାଝୀ। ରାଜ୍ୟ ସରକାରଙ୍କ ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କୋର୍ଟରେ ସରକାରୀ ଓକିଲ (ଏପିପି) ଭାବେ କାର୍ଯ୍ୟ ତୁଲାଇବା ପାଇଁ ୨୭ ଜଣ ଆଇନଜୀବୀଙ୍କୁ ନିଯୁକ୍ତି ମିଳିଛି। ଏହି କ୍ରମରେ ନର୍ଲା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ କୋର୍ଟରେ ଏପିପି ଭାବେ ସଂଜୟ ଧଙ୍ଗଡ଼ାମାଝୀ ନିଯୁକ୍ତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଗ୍ରାମର ଜଗନ୍ନାଥ ଧଙ୍ଗଡ଼ାମାଝୀ ଓ ସଂଯୁକ୍ତା ଧଙ୍ଗଡାମାଝୀଙ୍କ ସୁପୁତ୍ର ସଂଜୟ ଜଣେ ଯୁବ ଆଇନଜୀବୀ ଭାବେ ଅଂଚଳର ଜଣେ ଲୋକପ୍ରିୟ ବ୍ୟକ୍ତିତ୍ବ। ସେ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହିବା ସହ ଓଡ଼ିଆ ବାର୍ତ୍ତା ଓ ଯଦୁ ନିଉଜ ନେସନର ଏକ୍ସଜୁକ୍ୟୁଟିଭ ଏଡ଼ିଟର ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି। ବର୍ତ୍ତମାନ ସେ ଏପିପି ଭାବେ ଯୋଗଦାନ କରିଥିବା ଖବର ଜଣାପଡିବା ପରେ ଅଂଚଳର ଜନସାଧାରଣଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ‌ ଲାଗିଛି। ଏହି ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ଧଙ୍ଗଡାମାଝୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.