ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ସ୍ଥିତ ଆରାବାକା ଗ୍ରାମ ପଂଚାୟତ କାର୍ଯ୍ୟାଳୟର ସଭାଗୃହ ଠାରେ ଗାଁ ସାଥୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଲକ ଅଧ୍ୟକ୍ଷା ବୈନେତ୍ରୀ କହଁର, ଉପାଧ୍ୟକ୍ଷ ସୋମନାଥ ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଏପିଓ ନବନିତା ପ୍ରିୟଦର୍ଶନୀ ତ୍ରିପାଠୀ, ଚକାପାଦ ବ୍ଲକ ଗାଁ ସାଥୀ ସଂଘ ସଭାପତି ମନୋଜ ଦିଗାଲ, କନ୍ଧମାଳ ଜିଲ୍ଲା ଗାଁ ସାଥୀ ସଂଘ ସମ୍ପାଦକ ବିପିନ କୁମାର ଦିଗାଲ, ଚକାପାଦ ବ୍ଲକର ସମସ୍ତ ପଂଚାୟତର ଗାଁ ସାଥୀମାନେ ଉପସ୍ଥିତ ରହିଥିଲେ।