ଯୋରାଡବରା ଛକରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡ଼ବରା ଛକ ମୋ-ବଜାର ଡଟ୍ କମ୍ ସମ୍ମୁଖରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୂଳସଚିବ ଡ଼ଃ ନୃପରାଜ ସାହୁ, ମୋ ବଜାରର ପ୍ରୋପାଇଟର ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଶେଷଦେବ ସାହୁ ଓ ସମାଜ ସେବୀ ଧନେଶ୍ୱର ସାହୁ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ ଶିବିରର ଶୁଭ ଉଦଘାଟନ କରିଥିଲେ। ଏମ.ବି.ବିଏସ ଡାକ୍ତର ଲୋକନାଥ ସାହୁ, ଦାନ୍ତ ଡାକ୍ତର ଦେବବ୍ରତ ସାହୁ, ଆୟୁର୍ବେଦିକ ଡାକ୍ତର ସରିତା ମଞ୍ଜରୀ ସାହୁ ହୋମିଓପାଥିକ ଡାକ୍ତର ସତ୍ୟବ୍ରତ ରାଏ, ଏମବିବିଏସ ଡାକ୍ତର ମାନସ ରଞ୍ଜନ ସାହୁ, ଡିଏମଏଲଟି ଝସକେତନ ସାହୁ, ଅଭିଳାଷ ସାହୁ ଫର୍ମାସିଷ୍ଟ, ଏଲଟି କୁଳମଣୀ ସାହୁ, କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ତଥା ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ସମାଜସେବୀ ଶୁଭ୍ରାଂଶୁ ଶେଖର ସାହୁ, ଶ୍ରୀ ଅରବିନ୍ଦ ଯୁବ ସାଂସ୍କୃତିକ ସଂଗଠନ ସଭାପତି ମିହିର ପ୍ରତାପ ସାହୁ, ଉପସଭାପତି ଜ୍ୟୋତିର୍ମୟ ସାହୁ, ସମ୍ପାଦକ ରାକେଶ ସାହୁ, କୋଷାଧକ୍ଷ ଦିପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଯୁବ ଅନୁଷ୍ଠାନର ସଦସ୍ୟ ମାନଙ୍କ ସହଯୋଗରେ ଏହା ଆରମ୍ଭ କରାଯାଇଥିଲା। ଅଞ୍ଚଳବାସୀ କିପରି ସ୍ବାସ୍ଥ୍ୟବାନ ହୋଇପାରିବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମମାନ ଜାରିରହିବ ବୋଲି ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି। ଏହି ଶିବିରରେ ୧୦୦ ଜଣ ଲୋକ ଉପକୃତ ହୋଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.