ସାହିତ୍ୟିକ କବି ବନ୍ଧୁ ପରିବାରର ଆଲୋଚନାଚକ୍ର: ‘ସାମ୍ପ୍ରତିକ ସମୟରେ ଯୁବପିଢ଼ିଙ୍କ ଭୁମିକା’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ଆନୁକୂଲ୍ୟରେ ଆଭାସୀ ମାଧ୍ୟମରେ ଓଡ଼ିଶାର ବହୁ ପରିଚିତ ଓ ପ୍ରତିଷ୍ଠିତ ଯୁବକବି ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଓ ସାରଗର୍ଭକ ଆଲୋଚନା ଚକ୍ର ‘ସାମ୍ପ୍ରତିକ ସମୟରେ ବିଭିନ୍ନ କ୍ଷେତ୍ରରେ ଯୁବପିଢ଼ିଙ୍କ ଭୁମିକା’ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ରାଜ୍ୟ ସଂଯୋଜିକା ରୀତା ଅପରାଜିତା ମହାନ୍ତି ଓମକାର ଧ୍ବନି, ସଭାପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ସମ୍ପାଦିକା ପ୍ରଣତି ମହାପାତ୍ର ଆମନ୍ତ୍ରିତ ଅତିଥି ମାନଙ୍କର ପରିଚୟ ସହ ଉପସ୍ଥିତ କବି, ସାହିତ୍ୟିକ ତଥା ଦର୍ଶକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଉପସ୍ଥାପକ ତଥା ଯୁବକବି ରଞ୍ଜନ କୁମାର ମହାନ୍ତି ଦୀର୍ଘ ୩ ଘଣ୍ଟାର ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ । ଯୁବ ସଂଯୋଜିକା ପୂଜାରାଣୀ ନାୟକ କବିତା ଆସରକୁ ନିଜ ଶବ୍ଦ ଚାତୁରୀରେ ବାନ୍ଧି ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ‘ମାନସିଂହ ସାହିତ୍ୟ ସଂସଦ’ର ପ୍ରତିଷ୍ଠାତା ଲଳିତ କୁମାର ସ୍ବାଇଁ, ‘ଆସନ୍ତୁ କିଛି ନୂଆ ଶୁଣିବା’ ଅନୁଷ୍ଠାନର ସମ୍ପାଦକ ରାଜଗୁରୁ ସିଅ ସମାଜ ସୁଧାରରେ ଯୁବପିଢ଼ିଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ । ସର୍ବଧର୍ମ ସମନ୍ବୟର ରାଷ୍ଟ୍ର ଆମ ଭାରତ ବର୍ଷରେ ହିଂସା ନୁହେଁ ଶାନ୍ତିର ମଳୟ ବହେ । ଏହି ପବିତ୍ର ମାଟିରେ କନ୍ୟାକୁ ଲକ୍ଷ୍ମୀ, ମାଆଙ୍କୁ ଦେବୀ, ବାପାଙ୍କୁ ଚଳନ୍ତି ଠାକୁର ଭାବରେ ପୂଜା କରାଯାଏ । ତେଣୁ ନିଜ ନିଜ ମଧ୍ୟରେ ସ୍ନେହ ଶ୍ରଦ୍ଧା, ଭଲପାଇବା ସହ ଦାୟିତ୍ବବୋଧ, ଅନୁଶୀଳନ ଭଳି ଗୁଣ ସହ ଆତ୍ମସଂଯମତା ନିହାତି ଜରୁରୀ ଭଳି ମୂଲ୍ୟବୋଧଯୁକ୍ତ କଥା ଗୁଡିଏ ଯୁବ ଅତିଥି ଦ୍ବୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ୧୫ରୁ ଉର୍ଦ୍ଧ ଯୁବକବି ନିଜ ନିଜର କବିତା ପାଠ କରିଥିଲେ । ଭାଷାର ବିକାଶ ହୋଇଛି ଏବଂ ବର୍ତ୍ତମାନ ଉନ୍ନତମାନର ସାହିତ୍ୟ ମଧ୍ୟ ସୃଷ୍ଟି ହେଉଛି ବୋଲି ଉପସ୍ଥିତ ବରିଷ୍ଠ ସାହିତ୍ୟିକମାନେ ମତବ୍ୟକ୍ତ କରିଥିଲେ। ଶେଷରେ ସ୍ନେହ ମିଶ୍ର ଧନ୍ୟବାଦ ସହ ଶାନ୍ତିପାଠ କରି ସଭାସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.