ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଠାରେ ବିଭିନ୍ନ ଯୋଜନାର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇଯାଇଛି । ହଂସଧ୍ୱଜ ଦଣ୍ଡସେନାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମୀକ୍ଷା ବୈଠକରେ ସରପଞ୍ଚ ଯଶୋସ୍ୱିନୀ ଧରୁଆ, କାର୍ଯ୍ୟ ନିର୍ବାହୀଅଧିକାରୀ ଦେବରାଜ ରଣା, ଗ୍ରାମରୋଜଗାର ସେବକ ଗଜାନନ ଗହୀର, ଯୋଗାଣ ସହାୟକ ତରୁଣସେନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମ ସମ୍ବଳ କର୍ମୀ ସଙ୍ଗୀତା ସାହୁ ପରିଚୟ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିବାବେଳେ ତପସ୍ୱିନୀ କୁମାର ଅଭିଯୋଗ ଉପସ୍ଥାପନ କରିଥିଲେ । ଶେଷରେ ସଂଯୁକ୍ତା ଗହୀର ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ କୋଭିଡ ୧୯ ସମୟରେ ଜବ କାର୍ଡ ଧାରୀ ଷ୍ଟେଟବ୍ୟାଙ୍କ ଜମାଖାତାରେ ୫୦ଟଙ୍କା ଅର୍ଥ ରାଶି ପାଇଥିବା ବେଳେ ଅନ୍ୟାନ୍ୟ ବ୍ୟାଙ୍କର ଜମାଖାତା ରେ ପ୍ରାପ୍ୟ ରାଶି ମିଳିନଥିବା ଅଭିଯୋଗ ହୋଇଥିଲା । ଗାଁ ସାଥି ମାନଙ୍କ ୧ବର୍ଷ ହେଲା କାମ କରିକି ବି ଟଙ୍କା ପାଇନଥିବା ଅଭିଯୋଗ ହୋଇଥିଲା । କେତେକ ୮୦ ବର୍ଷ ବୟସ୍କ ବୃଦ୍ଧା କିଛି ମାସ ୭୦୦ ଟଙ୍କା ପାଇବା ପରେ ୩ମାସ ହେଲା ୫୦୦ ଟଙ୍କା ପାଉଥିବା ଅଭିଯୋଗ କରିଥିଲେ । ସବୁ ଅଭିଯୋଗର ସମୀକ୍ଷା କରି କିପରି ସେସବୁର ସମାଧାନ ହେବ ସେନେଇ ଆଲୋଚନା ହୋଇଥିଲା । ସେହିପରି କର୍ଲାମୁଣ୍ଡା, ରାଜପୁର, ଗଜବାହାଲରେ ମଧ୍ୟ ସାମଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।