ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ତହସିଲଦାରଙ୍କ କ୍ଷେତ୍ର ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦୀର୍ଘ ଦିନରୁ କୋକସରା ବ୍ଲକ ମହିମା ପଞ୍ଚାୟତର ଭୂର୍ଷାଗୁଡାବାସୀ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ଦାବି ଜଣାଇ ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆ ଭୂର୍ଷାଗୁଡା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହିତ ସାକ୍ଷାତ କରି ନୂତନ ରାଜସ୍ୱ ଗ୍ରାମ ସକାଶେ ଏକ ପ୍ରସ୍ତୁତି ବୈଠକ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ଖବର ଜାଣିବା ପରେ ଗ୍ରାମବାସୀ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣେଇଛନ୍ତି । ତହସିଲଦାରଙ୍କ ପରିଦର୍ଶନ ସମୟରେ କୋକସରା ରାଜସ୍ୱ ପର୍ଯ୍ୟବେକ୍ଷକ ଅଜୟରାଜ ସିର୍କା, ଗୋତମୁଣ୍ଡା ରାଜସ୍ୱ ନିରୀକ୍ଷକ ଜିତେନ୍ଦ୍ର କୁମାର ନାଏକ, ଅମିନ ମହେନ୍ଦ୍ର ମାଝୀ, ମହିମା ସରପଞ୍ଚ ଇଶରାମ କୋଲଥିଆ ପ୍ରମୂଖ ଉପସ୍ଥିତ ରହିଥିଲେ । ନକୁଲ ନାଏକ, ଟଙ୍କଧର ନାଏକ, ପୁସ୍ତମ ମାଝି, ଔରଜ ମାଝୀ, ଭାରତ ଦୁର୍ଗା ସମେତ ଭୂର୍ଷାଗୁଡା ଗ୍ରାମବାସୀ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.