ପିଏମ କିଷାନ ପାଇଁ ଆଧାର ସଂଯୋଗୀ କରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟର କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନାରେ ଦ୍ଵିତୀୟ କିସ୍ତି ଟଙ୍କା ପୈଠ କରିବା ଆରମ୍ଭ କରି ଦେଇଥିବା ବେଳେ କୃଷକ ଓଡିଶା ଡାଟା ବେସ ମାଧ୍ୟମରେ ସମସ୍ତ ଚାଷୀଙ୍କ ନାମ ପଞ୍ଜିକରଣ କରୁଥିବା ଜଣା ପଡ଼ିଛି । ଗତବର୍ଷ ରାଜ୍ୟ ସରକାର ଏହି ପଞ୍ଜିକରଣ ଯୋଜନା ଆରମ୍ଭ କରିଥିଲେ । ଗତ ବର୍ଷ ୬୦ ପ୍ରତିଶତ ଚାଷୀଙ୍କ ନାମ ଏହି ଯୋଜନାରେ ପଞ୍ଜିକରଣ ହୋଇ ସାରିଥିବା ବେଳେ ଯେଉଁମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲିଯାଇଥିଲେ କିମ୍ବା ଅନୁପସ୍ଥିତ ରହିଥିବା ହେତୁ ନାମ ପଞ୍ଜିକରଣ ରୁ ବାଦ ପଡ଼ିଥିଲେ ସେମାନଙ୍କ ନାମ ଏହି ଯୋଜନାରେ ଗତ ମାସରୁ ଆରମ୍ଭ ହୋଇଛି । ଫାର୍ମର ଆଇଡି ଭଳି ସମ୍ପୃକ୍ତ ଚାଷୀଙ୍କ ସମସ୍ତ ତଥ୍ୟ ସମ୍ବଳିତ କୃଷକ ଓଡିଶା କାର୍ଡ଼ ଚାଷୀଙ୍କୁ ମିଳିବ । ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତ ଅଞ୍ଚଳର ମୋ ସେବାକେନ୍ଦ୍ର ଗୁଡିକୁ ଦାଇତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ମୋ ସେବାକେନ୍ଦ୍ର ପରିଚାଳକମାନେ ନିଜ ସେବାକେନ୍ଦ୍ରରେ ଚାଷୀଙ୍କ ଡାଟାବେସ ରେ ନାମ ପଞ୍ଜିକରଣ କରିବା ସହିତ ଗାଁ ମାନଙ୍କୁ ଯାଇ ଚାଷୀଙ୍କ ନାମ ଅନ ଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ଚାଷୀଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ କୃଷକ ଓଡିଶା କାର୍ଡ଼ ପ୍ରଦାନ କରିବେ ବୋଲି ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ତ୍ରୀ- ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ଼ ବଣ୍ଟନ କରିଥିଲେ ରାଜ୍ୟ ସରକାର । ଏହାବଦ ଯେଉଁ ଚାଷୀ ମାନଙ୍କର ପିଏମ କିଷାନ ଯୋଜନାରେ ଆଧାର ସଂଯୋଗୀ କରଣ ହୋଇନାହିଁ ସେହି ଚାଷୀ ମାନଙ୍କର ନାମ ତାଲିକା କୃଷି ବିଭାଗ ତରଫରୁ ଗ୍ରାମ ପଂଚାୟତ ଗୁଡିକର ନୋଟିସ ବୋର୍ଡରେ ନାମ ତାଲିକା ଝୁଲାଇ ଦିଆଯାଇଛି । ଏବଂ ପିଏମ କିଷାନ ଯୋଜନାରେ ଚଳିତ ମାସ ୧୬ ତାରିଖ ସୁଦ୍ଧା ଚାଷୀ ସେମାନଙ୍କ ଆଧାର ସଂଯୋଗୀ କରଣ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ଏଣୁ ପ୍ରତି ଗ୍ରାମର ମୋ ସେବାକେନ୍ଦ୍ର ଗୁଡିକରେ ଭିଡ ପରିଲକ୍ଷିତ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନର୍ଲା ବ୍ଲକ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏବେ ଗୋଟିଏ ସପ୍ତାହ ହୋଇଗଲା କୃଷକ ଓଡିଶା ଓ ପିଏମ କିଷାନ ଅନଲାଇନ କାମ ଜୋରସୋରରେ ଚାଲୁଥିବା ଦେଖିବାକୁ ମିଳୁଛି । ଏହିକ୍ରମରେ ମଙ୍ଗଳବାର ରୁ ଗୁରୁବାର ମଧ୍ୟରେ ଭାନପୁର ଗ୍ରାମ ପଞ୍ଚାୟତ୍ରର ଭାନପୁର, ରାକସୀ, ବଫଲା ଓ କମେଗାଁ ର ଚାଷୀମାନେ ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘର ସଭାପତି ଅନ୍ତରାମ ମାଝୀଙ୍କ ନେତୃତ୍ୱ ଓ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୃଷକ ଓଡିଶା ଡାଟା ବେସ ଓ ପିଏମ କିଷାନ ଆଧାର ସଂଯୋଗୀ କରଣ କାମ ଅନଲାଇନ ମାଧ୍ୟମରେ ସୁଚାରୁ ଭାବରେ ଚାଲିଥିବା ସୂଚନା ମିଳିଛି । ସେହିପରି ନର୍ଲା ବ୍ଲକର ଗିଗିନା, ସେରଗଡ଼, ତୁଲାପଡା, ନର୍ଲା, ସର୍ଗିଗୁଡା ପ୍ରଭୃତି ଗ୍ରାମ ପଂଚାୟତରେ ମଧ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ମୋ ସେବାକେନ୍ଦ୍ର ଗୁଡିକରେ ଅନଲାଇନ କାମ ଚାଲୁଥିବା ଜଣାପଡିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.