ଚନ୍ଦାହାଣ୍ଡି ଠାରେ ଯାଦବ ମାଝୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ 

ନବରଙ୍ଗପୁର,୪/୪ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଠାରେ ସ୍ଵର୍ଗତ ଯାଦବ ମାଝୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ସ୍ଵର୍ଗତ ମାଝୀଙ୍କ ଜେଷ୍ଠ ପୁତ୍ର ରମେଶ ମାଝୀ ଓଡିଶା ସରକାରଙ୍କ ହରିଜନ ଆଦିବାସୀ, ପଛୁଆ ବର୍ଗ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ (ଚଳିତ ନିର୍ବାଚନ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ,ବିଜୁଜନତା ଦଳ) ଓ କନିଷ୍ଠ ପୁତ୍ର ପ୍ରକାଶ ମାଝୀ (ବର୍ତ୍ତମାନ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ,ବିଜୁ ଜନତା ଦଳ) ଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି ବ୍ଲକ ବିଜୁଜନତା ଦଳ ସଭାପତି ଗୌରହରି ନାଏକ, ଓବିସି ସେଲ ଜିଲ୍ଲା ସଭାପତି କାର୍ତ୍ତିକ ବାଗ, ମନ୍ତ୍ରୀ ପ୍ରତିନିଧି ଋଷି ବାଗ, ସାଂସଦ ପ୍ରତିନିଧି ପ୍ରସାନ୍ତ ପାଢି, ଜିଲ୍ଲା ସଂପାଦକ ମଧୁସୂଦନ ନାଏକ, ମୋହରା ଗ୍ରାମ ପଞ୍ଚାୟତ ସମିତି ସଭ୍ଯ ଝୁମୁକଲାଲ ସାହୁ, ପାଟଖଲିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ଯ ତ୍ରିନାଥ ଦାସ, ଭବେଶ ଗୌନ୍ତିଆ, ମୋତିଲାଲ ହଁସଙ୍କ ସମେତ ବିଜୁ ଜନତା ଦଳର କର୍ମକର୍ତ୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery
ନବରଙ୍ଗପୁର – କଳାହାଣ୍ଡି ସ୍ଵତନ୍ତ୍ର ପ୍ରତିନିଧି ଲୋଚନ ପୋଡଙ୍କ ରିପୋର୍ଟ odiabarta.in

ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ଆମ ହ୍ଵାଟ୍ସଆପ ଗ୍ରୁପ ଜଏନ୍ କରନ୍ତୁ👇

https://chat.whatsapp.com/IBSnOQ6qsPPJUVoq1ko4wG

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.