ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁର ଜୟ ପାଲ ଇଂରାଜୀରେ ଡକ୍ଟରେଟ୍ ଲାଭ କରିଛନ୍ତି । ବାପା କ୍ଷେତ୍ର ପାଲ ଓ ମାତା ଶଙ୍କରା ପାଲଙ୍କ ତୃତୀୟ ସନ୍ତାନ ଜୟ ଦି ଇଂଲିଶ ଏଣ୍ଡ ଫରେନ୍ ଲାଙ୍ଗୁଏଜେସ୍ ୟୁନିଭର୍ସିଟି, ହାଇଦ୍ରାବାଦରୁ ଡ. ନୀଳକଣ୍ଠ ଦାଶଙ୍କ ମାର୍ଗଦର୍ଶନରେ “Impact of Colonial Modernity on Odia Literature (1897-1947): A Study of Select Odia Fiction of Gopinath Mohanty and Fakir Mohan Senapati” ଶୀର୍ଷକ ନିବନ୍ଧ ଉପରେ ଗବେଷଣା କରି ପିଏଚ୍.ଡି ଉପାଧି ପାଇଛନ୍ତି । ସମ୍ପ୍ରତି ସେ ଖଲିଆଭଟାରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟରତ । ଏ ଖବର ପରେ ତାଙ୍କୁ ପରିବାରବର୍ଗ, ବନ୍ଧୁ, ସମ୍ପର୍କୀୟ ଓ ଗ୍ରାମବାସୀ ଅଭିନନ୍ଦନ ଜଣାଇଛନ୍ତି ।