ନେକ୍ସଟ ଜେନେରେସନ ୟୁଥ୍ କ୍ଳବର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ଼ ଟେମରୀ ନେକ୍ସଟ ଜେନେରେସନ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ସ୍ବର୍ଗତ କିଶୋର ରାଉତ ମେମୋରିଆଲ ପଞ୍ଚ ଦିବସିୟ ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗ୍ରୀନ ମାଉନଣ୍ଟେନ ଖେଳ ପଡିଆ ଠାରେ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଧର୍ମଗଡ଼ ଏବଂ ଜୟପାଟଣା ଅନ୍ତର୍ଗତ ବାନେର ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ ଖେଳରେ ଉଭୟ ଦଳ କେହି କାହାରିକୁ ଗୋଲ ସ୍କୋର କରିବାରେ ସକ୍ଷମ ନ ହେବାରୁ ବାନେର ଦଳ ଧର୍ମଗଡ଼ ଦଳକୁ ପେନାଲଟିକ ଜରିଆରେ ପରାଜିତ କରି ଚମ୍ପିୟାନ ହୋଇଥିଲେ । ଉଦଯାପନୀ ଅବସରରେ ଜୟପାଟଣା ବ୍ଲକର ବିଏଫଟି ଗୋତମ ବିହାରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଡ ଟେମରି ସରପଞ୍ଚ ଜୟନ୍ତ କୁମାର ସିଂହ, ନିଳକଣ୍ଠ ଶବର, ସମୀର ସାହୁ, ବୈଷ୍ଣବ ନିଆଲ, ଯୁଗଳ ରାଉତ, ଧନବଳ ଶବର, ପ୍ରମୁଖ ମଞ୍ଚାସୀନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ବିଜତା ଦଳକୁ ଚମ୍ପିୟାନ ଟ୍ରଫି ସହିତ ଦଶ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଦଳକୁ ରନର୍ଅସ୍ କପ୍ ପ୍ରଦାନ ସହିତ ଆଠ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ତାପସ ଦାସ ଖେଳ ପରିଚାଳନା କରିଥିବା ବେଳେ ଭୁପେନ୍ଦ୍ର ଗୋପାଳ ଏବଂ ରାଜୁ ଶବର ଲାଇନ୍ସ ମ୍ୟାନ ଭାବରେ ସହଯୋଗ କରିଥିଲେ । ଏହି ଖେଳରେ ବାବୁଲାଲ ଶବର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଦାନ କରିଥୂବା ବେଳେ ନେକ୍ସଟ ଜେନେରେସନ ୟୁଥ୍ କ୍ଳବର ସଭାପତି ଅଶ୍ବିନୀ ଶବର ତଥା ଉପଦେଷ୍ଟା ମଣ୍ଡଳୀର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.