ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ୱଦେଶୀ ଜାଗରଣ ମଞ୍ଚ, କଳାହାଣ୍ଡି ପକ୍ଷରୁ ଦତ୍ତୋପନ୍ତ ଠେଙ୍ଗଡ଼ିଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ସ୍ୱଦେଶୀ ଜାଗରଣ ମଞ୍ଚ, ଭାରତୀୟ ମଜଦୂର ସଂଘ ଭଳି ଏକାଧିକ ସଙ୍ଗଠନର ପ୍ରତିଷ୍ଠାତା ରାଷ୍ଟ୍ରଋଷି ଦତ୍ତୋପନ୍ତ ଠେଙ୍ଗଡ଼ିଜୀଙ୍କ ୧୦୬ ତମ ଜୟନ୍ତୀ ଅବସରରେ ତାଙ୍କ ଦ୍ୱାରା ପ୍ରଣୀତ ପୁସ୍ତକ ତୃତୀୟ ବିକଳ୍ପ ବିଷୟରେ ଆଲୋଚନା ସମୟରେ ଭାରତୀୟ ଅର୍ଥ ଚିନ୍ତନ, ଶ୍ରମିକ ନୀତି ସହିତ ହିନ୍ଦୁ ଦୃଷ୍ଟିକୋଣ ଓ ଭାରତୀୟ ବିକାଶର ଅବଧାରଣା ଆଧାରରେ ଦେଶରେ ସାମଗ୍ରିକ ବିକାଶର ମାର୍ଗ ହେଉଛି ତୃତୀୟ ବିକଳ୍ପ ବୋଲି ମଞ୍ଚାସୀନ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଳା ସଂଯୋଜକ ଗଜିନ୍ଦ୍ର ଡାକୁଆଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଦୀନବନ୍ଧୁ ମୁଣ୍ଡ ମୁଖ୍ୟ ଅତିଥି, ସ୍ୱଦେଶୀ ଜାଗରଣ ମଞ୍ଚର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ, ପ୍ରାନ୍ତ ପ୍ରତୀକ ଯୋଷୀ, ପ୍ରାନ୍ତ ଯୁବା ପ୍ରମୁଖ ଗୋଦାବରୀଶ ପାତ୍ର, ବିଭାଗ ସଂଯୋଜକ ନକୁଳ ନାୟକ,ଜିଲ୍ଲା ମହିଳା ପ୍ରମୁଖ ଜୟନ୍ତୀ ବିହାରୀ, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ ଆପାତକାଳ ସେନାନୀ ସମିତି ରାଷ୍ଟ୍ରୀୟ ସଂଯୋଜକ ସୁଶୀଲ କୁମାର ପଣ୍ଡା, ଭାରତୀୟ ମଜଦୂର ସଂଘର ଝୁନୂପମା ଶତପଥୀ ପ୍ରମୁଖ ଠେଙ୍ଗଡ଼ିଜୀ ସ୍ମୃତିଚାରଣ କରିବା ଭାରତୀୟ ବିକାଶର ଅବଧାରଣା ତୃତୀୟ ବିକଳ୍ପ ବିଷୟରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବରିଷ୍ଠ ନାଗରିକ ପ୍ରମୁଖ ଭୀଷ୍ମଦେବ ଭୋଇ, କାର୍ଯ୍ୟକାରିଣୀ ସଦସ୍ୟା ସନ୍ତୋଷୀ ଦାସ, ଶର୍ମିଷ୍ଠା ନାୟକ,ନଗର ସଂଯୋଜକ ପି. ଉମା ଶଙ୍କର ଆଚାରୀ, ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ଶର୍ମିଷ୍ଠା ନାୟକ, ଟି. ସୁଜାତା ଆଚାରୀ ଅଧିବକ୍ତା ସରଣୀ ବେମାଲ, କୃତିବାସ ମୁଣ୍ଡ, ଦେବସ୍ମିତା ପୂଝାରୀ, ସଙ୍ଗୀତା ଦାସ, ଲିଲିମା ଦାସ, ନିରୁପମା ଦାସ, ସୁରଭି ଦାସ ବନିତା ଦାସ ଉପସ୍ଥିତ ଥିଲେ। ଗୋଦାବରୀଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।





