ଅଜଣା ରୋଗରେ ଆକ୍ରାନ୍ତ ଯୁବକ, ଚିକିତ୍ସା ପାଇଁ ଅର୍ଥ ସାଜୁଛି ବାଧକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତର ତାଳବର ଗ୍ରାମର ଗୋରିଆ ହରିଜନ (୪୦) ୬ ମାସ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦେହ ସମ୍ପୂର୍ଣ ଅଚଳ ହୋଇ ଯିବାରୁ ଶଯ୍ୟାଶାୟୀ ହୋଇ ରହିଛନ୍ତି । ଗୋରିଆ ହରିଜନ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟାକ୍ତି ଥିଲେ ହେଲେ ସେ ପରିବାର ଏବେ ଦୁର୍ଦ୍ଦିନରେ ଅବସ୍ଥାରେ ରହିଛନ୍ତି । ଗୋରୀଆଙ୍କୁ ୬ ମାସ ତଳେ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତେବେ ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଁ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରି ପ୍ରାୟ ଦେଢ଼ଲକ୍ଷ ଟଙ୍କା ଖର୍ଚକରୀ ଥିଲେ କିନ୍ତୁ ରୋଗର ଲକ୍ଷଣ ଜଣା ପଡିନଥିଲା । ଏହା ପରେ ନିରାଶ ହୋଇ ଘରକୁ ଫେରିଥିଲେ ପରିବାର ଶେଷରେ ସ୍ତ୍ରୀ ତୁଳା ହରିଜନ ବନ୍ଧୁ ବାନ୍ଦବଙ୍କ ଠାରୁ ଟଙ୍କା ଧାର ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ନେଇଁ ସେଠାରେ ମଧ୍ୟ୍ୟ ଗୋରିଆଙ୍କ ଅସ୍ତ୍ରପ୍ରଚାର କରାଇ ଥିଲେ କିନ୍ତୁ ସେଠାରେ ମଧ୍ୟ୍ୟ ରୋଗର କୌଣସି ଲକ୍ଷଣ ଜଣା ପଡିନଥିଲା । ବୁର୍ଲା ଡାକ୍ତରଖାନାରୁ ପୁଣି ନିରାଶ ହୋଇ ଫେରିବାକୁ ପଡିଥିଲା ତୁଳା ହରିଜନଙ୍କୁ । ପୁଣି ନିଜ ଗହଣା ଜମି ବନ୍ଦା କରିବା ଶହ ବନ୍ଧୁ ବାନ୍ଦବଙ୍କ ଠାରୁ ୨ ଲକ୍ଷ ଯୋଗାଡ଼ କରିବା ପରେ ବିଶାକାପାଟଣା ଡାକ୍ତରଖାନାକୁ ଗୋରିଆଙ୍କୁ ନେଇ ଅସ୍ତ୍ରୋପ୍ରଚାର କରାଯାଇଥିଲା । ବିଶାଖାପାଟଣା ମେଡିକଭର ଡାକ୍ତରଖାନାରେ ହାରାହାରି ୧୮ ଦିନ ରହିବା ପରେ ମଧ୍ୟ୍ୟ ସେ ଘରକୁ ନିରାଶହୋଇ ଫେରିଛନ୍ତି । ଏବେ ସେ ମରଣ ସହ ଲଢେଇ କରୁଥିବା ବେଳେ ସ୍ତ୍ରୀ ତୁଳା ହରିଜନ ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.