ନର୍ଲାରେ ଆମ ପୋଲିସ ସମିତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ପରିସରରେ ରବିବାର ‘ଆମ ପୋଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ଆଇଆଇସି ଗଙ୍ଗାଧର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ବ୍ଲକ ଅଞ୍ଚଳର ନିର୍ବାଚିତ ଲୋକ ପ୍ରତିନିଧି ସରପଞ୍ଚ, ସମିତି ସଦସ୍ୟ ଓ ଜନସାଧାରଣ ସାମିଲ ହୋଇଥିଲେ । ପୋଲିସ ସହିତ ସାଧାରଣ ଜନତାଙ୍କ ସମ୍ପର୍କକୁ ନିବିଡ କରିବା ହେଉଛି ପୋଲିସ ସମିତି ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ନର୍ଲା ଓ ଲାଞ୍ଜିଗଡର ବରିଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୌତୁକ ଖମାରୀ, ପୂର୍ବତନ ସରପଞ୍ଚ ହରିଶ୍ଚନ୍ଦ୍ର ବୁଦ୍ଧିଆ ବିଜେଡିର ଯୁବ ନେତା ତଥା ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ, ବିଜୟ ବୁଦ୍ଧିଆ, ସୁବନ ଭୋଇ, କୁନା ପରିଡା ପ୍ରମୁଖ ସାମିଲ ହୋଇ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଦିନକୁ ଦିନ ଅପରାଧ ବଢି ଚାଲିଥିବା ବେଳେ, ଚଳଚିତ୍ର ଷ୍ଟାଇଲରେ ନୂଆ ଧରଣର ଅପରାଧ ମାନ ସଂଘଟିତ ହେଉଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ସମିତି ପକ୍ଷରୁ ୨୦୧୬ ରେ ଓଡିଶାର ସମସ୍ତ ଥାନାରେ ଆରମ୍ଭ ହେଲା ଆମ ପୋଲିସ ସମିତି ବୈଠକ । ଥାନା ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ଅଞ୍ଚଳର ବୁଦ୍ଧିଜିବୀ ଓ ଶିକ୍ଷାବିତ୍ତ ମାନଙ୍କୁ ନେଇ ପୋଲିସର ନେତୃତ୍ୱରେ ଗଠନ କରାଗଲା ଆମ ପୋଲିସ ସମିତି । ଏବଂ ଧାର୍ଯ୍ୟ କରାଗଲା ପ୍ରତି ମାସରେ ଏକ ବୈଠକ କରାଯାଇ ଅପରାଧ ରୋକିବା ପାଇଁ ପ୍ରସ୍ତାବ ଗ୍ରହଣ କରି ପଦକ୍ଷେପ ନିଆଯିବ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନାରେ ମଧ୍ୟ ଗତ ମାର୍ଚ୍ଚ ୨୦୧୬ ରେ ଗଠନ କରାଗଲା ଆମ ପୋଲିସ ସମିତି । ଏବଂ ସେଦିନ ହିଁ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାର ଏବଂ ବିଭାଗର ନିର୍ଦ୍ଦେଶ ଯୋଗୁଁ ଜନସାଧାରଣଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ କରିବ ପୋଲିସ । ଜନସାଧାରଣଙ୍କ ସହଯୋଗ କ୍ରମେ ପୋଲିସ ଅଞ୍ଚଳରେ ଅପରାଧ ରୋକିବ । ଏମିତିରେ ବି ବିଗତ କେଇବର୍ଷ ମଧ୍ୟରେ ନର୍ଲା ଅଞ୍ଚଳରେ ଘଟିଯାଇଛି ଅନେକ ଅପରାଧ ମୂଳକ କାର୍ଯ୍ୟ । ଏଣୁ ଆମ ପୋଲିସ ସମିତି ବୈଠକ ଏବଂ ଏଥିର ନିଷ୍ପତି ବାସ୍ତବିକ ଏହା ସରକାରଙ୍କର ତଥା ପୋଲିସ ବିଭାଗର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ନର୍ଲା ଜନସାଧାରଣ ଗ୍ରହଣ କରିନେଲେ । ହେଲେ ପ୍ରତି ମାସରେ ଏହି ପୋଲିସ ସମିତି ବୈଠକ ହେବାର କଥା କିନ୍ତୁ ଗତ କିଛି ବର୍ଷ ଧରି ଏହା ବନ୍ଦ ହୋଇ ପଡିଥିଲା । ଗତ ଦୁଇ ତିନି ବର୍ଷ ତଳେ ନର୍ଲା ଆଇଆଇସି ରମଣି ରଞ୍ଜନ ଦଳେଇଙ୍କ ସମୟରେ ଗୋଟିଏ ଥର ଅନୁଷ୍ଠିତ ହୋଇଥିଲା ପୋଲିସ ସମିତି ବୈଠକ । ଦୀର୍ଘ ତିନି ବର୍ଷ ପରେ ଆଜି ରବିବାର ନର୍ଲା ଥାନାରେ ପୁଣି ଆରମ୍ଭ ହୋଇଛି ପୋଲିସ ସମିତି ବୈଠକ । ଏଥିରେ ଲୋକ ପ୍ରତିନିଧି ମାନେ ଯୋଗଦାନ କରିବା ସହ ନର୍ଲାରେ ଅବୈଧ ମଦ କାରବାର, ଦେଶୀ ମଦକୋଠୀ, ଚା ପାନ ଦୋକାନରେ ବିଦେଶୀ ମଦ ବିକ୍ରୟ, କ୍ଷୀପ୍ର ଗତିରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ହେଲମେଟ ଓ ଗାଡି ଚେକିଂ କଡାକଡି କରାଯିବ, ବିଦେଶୀ ଆଗନ୍ତୁକଙ୍କ ପରିଚୟ ମାଗିବା, ନର୍ଲା ଅଞ୍ଚଳରେ ଚୋରୀ ବଢୁଥିବାରୁ ରାତ୍ରୀ ପେଟ୍ରୋଲିଙ୍ଗକୁ କଡାକଡି କରିବା ଭଳି ବିଷୟ ମାନ ଆଲୋଚନା କରାଯାଇ ତୁରନ୍ତ ପଦକ୍ଷେ ନେବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଉକ୍ତ ବୈଠକକୁ ନର୍ଲା ଥାନାର ଏସଆଇ ଦେବେନ୍ଦ୍ର ମାଝୀ, ଶମ୍ଭୁ ପ୍ରସାଦ ଠାକୁର, ଏଏସଆଇ ଆରଏନ ନିଶିକା, ଏଏସଆଇ ସୁବାସ ଚନ୍ଦ୍ର ଗୁରୁ ପ୍ରମୁଖ ପରିଚାଳନା କରିଥିବା ବେଳେ ନର୍ଲା ପୋଲିସର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଇଆଇସି ଶ୍ରୀ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.