ପାଟଣାଗଡ଼ ଯାଦବ ସମାଜର ବ୍ଲକ ସ୍ତରୀୟ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତ ବୈଠକ

ଓଡ଼ିଆ ବାର୍ତ୍ତା/ ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁଷା ଠାରେ ଯାଦବ ସମାଜର ନୂଆଖାଇ ଭେଟଘାଟ ଏବଂ ମହାସଭା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯାଦବ ସମିତି ସଭାପତି ଜଗନ୍ନାଥ ଖର୍ସେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ଯବାନ ହରିଚନ ସୁନାନୀ, ପାଟଣାଗଡ଼ ପୌରପରିଷଦ ଯାଦବ ସମାଜ ଉପସଭାପତି ରାମଚନ୍ଦ୍ର ବାଗ ଓ ଯୌତୁକ ଘିଭେଲା ଏବଂ ୩୦ ଗୋଟି ପଂଚାୟତର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ନୂଆଖାଇ ଭେଟଘାଟ ଓ ମହାସଭା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । ଏହି ଅବସରରେ ପାଟଣାଗଡ଼ ବ୍ଲକ ଯୁବ ଯାଦବ ସଭାପତି ହରିଚନ ସୁନାନୀଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.