ଟୁର୍ଚ୍ଚି ନଦୀରୁ ବାଲି ଚୋରାଚାଲାଣ, ତହସିଲଦାରଙ୍କ ଧରପଗଡ଼

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଅଂଚଳରେ ବାଲି ଚୋରା ତଥା ବେଆଇନ ଚାଲାଣକୁ ରୋକିବା ଉଦ୍ଦେଶ୍ୟରେ ଆଜି ମ.ରାମପୁର ତହସିଲଦାର ଟୁର୍ଚ୍ଚି ନଦୀରୁ ବାଲି ଚୋରା ଚାଲାଣ କରୁଥିବା ବେଳେ ଧରପଗଡ଼ କରିଥିବା ଜଣାଯାଇଛି । ତହସିଲଦାର ସୁଶ୍ରୀ ସୁଚରିତ୍ର ମୁଗ୍ରୀ ଟୁର୍ଚ୍ଚି ନଦୀକୁ ଯାଇ ଚୋରା ଚାଲାଣ କରୁଥିବା ଛଅ ଗୋଟି ଟ୍ରାକ୍ଟରକୁ ଧରିବା ସହିତ ସେମାନଙ୍କ ପାଖରୁ ସମୁଦାୟ ୭୦୦୮୯ ଟଙ୍କା ଫାଇନ୍ ଆଦାୟ କରିଥିବା ଜଣାଯାଇଛି । ଏଥି ସହିତ ସେ ଆଗାମୀ ଦିନରେ ଏହି ଧରପଗଡ଼କୁ ଜୋରଦାର କରାଯିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.