ବୋର୍ଡିଠାରେ ବ୍ଲକ ସ୍ତରୀୟ ମିଳିତ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୋର୍ଡି ଗ୍ରାମପଞ୍ଚାୟତ ପରିସରରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିରରେ ବୋର୍ଡି, ମହାଲିଙ୍ଗ, କୁହୁରା ଗ୍ରାମପଞ୍ଚାୟତ ସମେତ ବ୍ଲକର ଅନେକ ଗ୍ରାମପଞ୍ଚାୟତରୁ ଜନସାଧାରଣ ନିଜର ଅଭିଯୋଗ ନେଇ ଆସିଥିଲେ । ଅଭିଯୋଗ ପାଇଁ ୩୪୫ ଜଣ ପଞ୍ଜିକରଣ କରିଥିବା ବେଳେ ୪୯ ଜଣ ଲୋକଙ୍କ ଅଭିଯୋଗର ସମାଧାନ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ୪୯ ଜଣ ଲୋକଙ୍କ ଅଭିଯୋଗର ସମାଧାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତହସିଲଦାର ଟିକୁନୁ ପୁଟା , କେଗାଁ ରେଞ୍ଜର କେଶବ ମାଝି, ଡ.ସୁବ୍ରତ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ଗ୍ରାମୀଣ ଆବାସ ବିଭାଗର ବିପିସି ମଧୁ ସୁଦନ ସାହୁ, ସାମାଜିକ ସୁରକ୍ଷାର ଚନ୍ଦନ ବିହାରୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରମିତ କୁମାର ପ୍ରଧାନ, ବୋର୍ଡି ସରପଞ୍ଚ ସ୍ବାଦୀ ପଟେଲ, କୁହୁରା ସରପଞ୍ଚ ପିଙ୍କି ତାଣ୍ଡି ଓ ସମିତି ସଭ୍ୟା ମାଧୁରୀ ସୁନାନୀ, ବ୍ଲକ ମୁଖ୍ୟ କିରାଣୀ ପ୍ରଦୀପ କୁମାର ମହାପାତ୍ର ,ବିପିଏମ ସୁଧାଂଶୁ ବିଶ୍ବାଳ, ମନରେଗାର ଏପିଓ ଗୋପାଳ ମାଝି, ଜଳ ଓ ପରିମଳ ଯନ୍ତ୍ରୀ ରିତା ରାଣୀ କିଷାନ, ଏଏଓ ଲିଙ୍ଗରାଜ ମେହେର, ଏଭିଏସ ନେତ୍ର ପ୍ରକାଶ ଭାରତି, କନିଷ୍ଠ ଯନ୍ତ୍ରୀ ଚିତ୍ତ ରଞନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ପ୍ରାଣୀ ଚିକିତ୍ସା, ଜଙ୍ଗଲ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ, ସମ୍ମନୀତ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଯୋଗାଣ ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ଅବସରରେ ଗ୍ରାମପଞ୍ଚାୟତ ପରିସରରେ ଲୋକଙ୍କୁ ମାଗଣା କୋଭିଡ ବୁଷ୍ଟର ଡୋଜ ପ୍ରଦାନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.