ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ତହସିଲ ଅଧିନସ୍ଥ ପିତାମହଲ, ସୁଙ୍କାରୀମେଂଟୁ, ଲାଡ୍ଡା ଓ ବୈଷ୍ଣବଗୁଡା ଚାରିଗୋଟି ଗ୍ରାମର ବେସରକାରୀ ଜମି ଅଧିଗ୍ରହଣ ପାଇଁ ପିତାମହଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟର ସଭାଗୃହ ଠାରେ ରାୟଗଡା ଜିଲ୍ଳା ପ୍ରଶାସନ ତରଫରୁ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ରାୟଗଡା-କେରଡା ମୁଖ୍ୟ ରାସ୍ତାର ରାୟଗଡା-ଲାଡ୍ଡା ରାସ୍ତାର ସ୍ଥାନାନ୍ତରିକରଣ ହେବାକୁ ଥିବା ଯୋଗୁଁ ଉପରୋକ୍ତ ଚାରିଗୋଟି ଗ୍ରାମର କ୍ଷତିଗ୍ରସ୍ତ ଲୋକମାନଙ୍କର ଜମି ଉପରୋକ୍ତ ରାସ୍ତା ପାଇଁ ଅଧିଗ୍ରହଣ କରାଯିବ । ପ୍ରଥମେ ଉନ୍ନୟନ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱରର ନବକୃଷ୍ଣ ଚୈାଧୁରୀ ଓ ଏହାର ତାଲିକା ଭୁକ୍ତ ସଂସ୍ଥା ଲାଇଫ ଏକାଡେମୀ ଅଫ୍ ଭୋକେସନାଲ ଷ୍ଟଡିଜ’ର ପ୍ରତିନିଧି ସତ୍ୟନାରାୟଣ ରଣା ସ୍ୱାଗତ ଭାଷଣ ଦେଇ ଜନଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଉପରୋକ୍ତ ଚାରିଗୋଟି ଗ୍ରାମର ପ୍ରଭାବିତ ଓ ଅଣ ପ୍ରଭାବିତ ସଦସ୍ୟମାନେ ଉକ୍ତ ଜନଶୁଣାଣୀରେ ଉପସ୍ଥିତ ରହି ଜମି ଅଧିଗ୍ରହଣ ସମ୍ବନ୍ଧିତ କ୍ଷତିପୂରଣ ଆଦି ବିଷୟରେ ପ୍ରଶ୍ନ ପଚାରିଥିଲେ । ଜିଲ୍ଳା ପ୍ରଶାସନ ତରଫରୁ ଉପଜିଲ୍ଳାପାଳ ଭୀମସେନ୍ ଶବର ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସମସ୍ତ ଉତର ପ୍ରଦାନ କରିବା ସହିତ ଓଡିଶା ସରକାରଙ୍କର ଉପଯୁକ୍ତ କ୍ଷତିପୂରଣ ଓ ଜମି ଅଧିଗ୍ରହଣରେ ସ୍ୱଚ୍ଛତା,ପୁନର୍ବାସ ଓ ଥଇଥାନ ନିୟମ ୨୦୧୩ ଏବଂ ଅଧିନିୟମ ୩୦.୨୦୧୭ ଉପଧାରା (୧)ଧାରା ୧୦୭ କଥିତ ଅଧିନିୟମ ଅନୁଯାୟୀ ପ୍ରଭାବିତ ପରିବାରମାନେ କେତେ ଗୁଣ କ୍ଷତିପୂରଣ ପାଇବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଳା ପ୍ରଶାସନ ତରଫରୁ ଭୂ-ଅର୍ଜନ ଅଧିକାରୀ ତଥା ରାୟଗଡା ତହସିଲଦାର ତାପସ ରାଉତ,ରାସ୍ତା ଓ କୋଠାବାଡି ବିଭାଜନ, ରାୟଗଡାର ସହକାରୀ ନିର୍ବାହୀ ଯନ୍ତ୍ରୀ ରଂଜନ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ବୁଧିଆ ମାରାଣ୍ଡି, ପିତାମହଲ ସରପଂଚ ଟୁଟୁ ତାଡିଙ୍ଗି, ପିତାମହଲ ରାଜସ୍ୱ ନିରୀକ୍ଷକ ଦାମୋଦର ଗଡତିଆ, ବରିଷ୍ଠ ରାଜସ୍ୱ ସହାୟକ ମନୋଜ କୁମାର ରଥ ଓ ସମାଜ ବିଞାନ ପ୍ରତିଷ୍ଠାନର ପ୍ରତିନିଧି ପ୍ରେମାନନ୍ଦ ବେଉରା ଉପସ୍ଥିତ ରହି ଜନଶୁଣାଣୀ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ । ପରିଶେଷରେ ଲାଭ୍ସ ତଥା ସମାଜ ବିଞାନ ପ୍ରତିଷ୍ଠାନର ପ୍ରତିନିଧି ସତ୍ୟ ନାରାୟଣ ରଣା ସମସ୍ତ ମଂଚାସୀନ ଅତିଥି ଓ ଚାରିଗୋଟି ଗ୍ରାମରୁ ଆସିଥିବା ପ୍ରଭାବିତ ଓ ଅଣ ପ୍ରଭାବିତ ସଦସ୍ୟମାନଙ୍କୁ କୃତଞତା ଜଣାଇ ସଭାସାଙ୍ଗ କରିଥିଲେ ।