ଆଜିଠୁ ଆରମ୍ଭ ହେଲା ନର୍ଲାର ସାର୍ବଜନୀନ ଦୁର୍ଗା ପୂଜା

ପ୍ରତିଟି ରାତିରେ ହେବ ଭରପୁର ମନୋରଞ୍ଜନର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବହୁପ୍ରସିଦ୍ଧ ସାର୍ବଜନୀନ ଦୁର୍ଗାପୂଜା ଆଜି ଶୁକ୍ରବାରରୁ ଆରମ୍ଭ ହୋଇଯାଇଛି । ଗୁରୁବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ନର୍ଲା ରାଣୀ ବନ୍ଧରୁ ଜଳନେଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । କଳସଯାତ୍ରାରେ ନର୍ଲାର ୧୦୦ ରୁ ଉର୍ଦ୍ଧ୍ବ ମହିଳା ଅଂଶ ଗ୍ରହଣ କରିଥିଲେ । ଗୁରୁବାର ସଂଧ୍ୟା ୫ ଘଣ୍ଟା ସମୟରେ ଲଗ୍ନ ଓ ନୀତି ନିୟମ ଅନୁଯାୟୀ ରାଣୀ ବନ୍ଧରେ ପୂଜାପାଠ ହୋଇ କଳସ ପବିତ୍ରୀ କରଣ କରାଯାଇଥିଲା । ଏକ ଭବ୍ୟ ଶୋଭା ଯାତ୍ରାରେ ପୂଜା ମଣ୍ଡପକୁ କଳସ ନେଇ ଆସିଥିଲେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ । ଆଜି ସକାଳୁ ଆରମ୍ଭ ହୋଇଯାଇଛି ମାଙ୍କ ପୂଜା । ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ସୁନୀଲ ଚାନ୍ଦ ଓ ତାଙ୍କ ଧର୍ମ ପତ୍ନୀ ନିବେଦିତା ଚାନ୍ଦ ଦମ୍ପତି ରହିଥିବା ଜଣାପଡିଛି । ସେହିଭଳି ନର୍ଲାରେ ଦୀର୍ଘ ବର୍ଷ ପୂଜା କରି ଆସୁଥିବା ପୂଜକ ପଣ୍ଡିତ ସୁନାସୀର ମିଶ୍ର, ଦୟାନିଧି ବିଶି ମୁଖ୍ୟ ପୂଜକ ପଣ୍ଡିତ ଭାବରେ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ସହଯୋଗୀ ପୂଜକ ଭାବରେ ନୀରଜ ମହାପାତ୍ର ରହିଛନ୍ତି । ସଂକୀର୍ତ୍ତନ, ଘଣ୍ଟ ବାଦ୍ୟ ସହ ଏକ ବଡ ପଟୁଆରରେ ଦୁର୍ଗା ମଣ୍ଡପ ଯାଏଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଣ୍ଡପରେ କଳସ ସ୍ଥାପନ ପରେ ମା ଦୁର୍ଗାଙ୍କର ଅଧିବାସ ଓ ବେଲବରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପୂଜା ପରିଚାଳନା କମିଟିର ସଭାପତି ଚକ୍ରଧର ଗୌଡ଼, ଉପସଭାପତି ରୋହିତ ମାଝୀ ଓ ସାଧାରଣ ସମ୍ପାଦକ ବିଭୁ ପାତ୍ର, ଯୁଗ୍ମ ସମ୍ପାଦକ ଟୁକୁନା ପାତ୍ର, କୋଷାଧ୍ୟକ୍ଷ ଟିମ୍ପୁ ପୁଝାରୀ ପ୍ରମୁଖ କମିଟିର ବରିଷ୍ଠ ସଦସ୍ୟ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ କିଶୋର ମାଝୀ, ବଡ ହଂସ, ମନ୍ମଥ ପୂଝରୀ, ମନ ସାହୁ ଘାସିରାମ ସାହୁ, କୁଲୁ ଚାନ୍ଦ, ଯଶୋବନ୍ତ ପୂଝରୀ ପ୍ରମୁଖ ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି । ଚଳିତ ବର୍ଷ କୋଭିଡ କଟକଣାର ଭୟ ନଥିବାରୁ ଧୁମଧାମର ସହ ନବରାତ୍ରୀ ଦୁର୍ଗାପୂଜା ପାଳନ କରାଯିବ ବୋଲି ସଭାପତି ଚକ୍ରଧର ଗୌଡ଼ ମତବ୍ୟକ୍ତ କରିଛନ୍ତି । ପ୍ରତ୍ୟହ ସାନ୍ଧ୍ୟ ଆଳତି ସାଙ୍ଗକୁ ରାତିରେ ମନୋରଞ୍ଜନର କାର୍ଯ୍ୟକ୍ରମ ଗୁଡିକ ରଖା ଯାଇଥିବା କହିଛନ୍ତି ସାଧାରଣ ସମ୍ପାଦକ ବିଭୁ ପାତ୍ର । ଆରମ୍ଭ ଦିନ ଆଜି ଶୁକ୍ରବାର ଓ ଆସନ୍ତା କାଲି ଶନିବାର ରାତି ୯ ଘଣ୍ଟା ସମୟରେ ଭଜନ କାର୍ଯ୍ୟକ୍ରମ ରହିଥିବା ବେଳେ ଶେଷ ତିନିଦିନ ରାତିରେ ମନୋରଞ୍ଜନର କାର୍ଯ୍ୟକ୍ରମ ଭାବରେ ଦଣ୍ଡନାଚ ରଖା ଯାଇଥିବା କମିଟି ସୂତ୍ରରୁ ସୂଚନା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.