କିଡିଙ୍ଗ-ଛତିକୁଡ଼ା ରାସ୍ତା ମରଣଯନ୍ତା ପ୍ରସଙ୍ଗ : ଖବର ପ୍ରକାଶ ପରେ ମରାମତି ହେଲା ରାସ୍ତା

ଓଡ଼ିଆ ବାର୍ତ୍ତା ପ୍ରଭାବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର କିଡିଙ୍ଗ ଠାରୁ ଛତିକୁଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ଖାଲଖମା ହୋଇ ମରଣଯନ୍ତା ପାଲଟିଥିବା ରାସ୍ତା ଉପରେ ସେପ୍ଟେମ୍ବର ୨୫ ତାରିଖରେ ‘ଓଡ଼ିଆ ବାର୍ତ୍ତା’ ରେ ଖବର ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ମରାମତି ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପୋଖରୀବନ୍ଧ ଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ କିଡିଙ୍ଗ ଠାରୁ ଛତିକୁଡ଼ା ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତି ଶଚୋନୀୟ ହୋଇପଡ଼ିଥିବାରୁ ଯାତ୍ରିମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ରାସ୍ତାରେ ଅନେକ ସ୍ଥାନରେ ଖାଲଖମା ଯୋଗୁଁ ପ୍ରତିଦିନ ଛୋଟବଡ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିଲା । ତେବେ ପ୍ରତିଦିନ ଶହଶହ ମାଲବାହୀ ଟ୍ରକ ଓ ବେଦାନ୍ତ କମ୍ପାନୀର ଟ୍ୟାଙ୍କର ଭାରି ଯାନ ଚଳାଚଳ ଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ବଢିଯାଇଥିବା ଅଭିଯୋଗ ପରେ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିଛି ।

ଅନେକ ସ୍ଥାନରେ ବଡ଼ ଧରଣର ଖାଲ ଯୋଗୁଁ ବର୍ଷା ଦିନରେ ପାଣି ରହୁଥିବା ଯୋଗୁଁ ଯାତ୍ରୀ ମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ତେବେ ସାଧାରଣ ଜନତା ଯେତେବେଳେ ଏହି ରାସ୍ତାରେ ଜରୁରୀ କାମରେ ଯାଉଛିଥିଲେ ତ ତାକୁ ଯମ ଯନ୍ତ୍ରଣା ସହିବାକୁ ପଡୁଥିଲା । ତେବେ ଆଜି ଏହି ରାସ୍ତାରେ ବିଭାଗୀୟ ପକ୍ଷରୁ କିଛି ମାତ୍ରାରେ କ୍ରସ୍ରର ଗୁଣ୍ଡ ପକାଇ ରାସ୍ତା ମରାମତି କରିଥିବା ବେଳେ ଏହି ରାସ୍ତାରେ ବେଦାନ୍ତର ଟେଙ୍କର ଓ ଶହ ଶହ ମାଲବାହୀ ଗାଡ଼ି ଦୃତଗାମୀ ଯୋଗୁଁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ତେବେ ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଏ କାଁଭାଁ ମରାମତିକୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ଦେଖାଦେଇଛି । ତେବେ ଏହି ମରାମତି ଯାତ୍ରିମାନଙ୍କ ପାଇଁ ପୁଣି ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ବର୍ଷାଦିନେ ରାସ୍ତାର ଅବସ୍ଥା ଓ ଏହି କ୍ରସ୍ରର ଗୁଣ୍ଡ ପଡ଼ିବା ପରେ କିଛି ମାତ୍ରାରେ ରାସ୍ତାର ଅବସ୍ଥା ତ ସୁଧୁରିଛି ହେଲେ ଏହି ଗୁଣ୍ଡ ଯୋଗୁଁ ଦିନକ ମଧ୍ୟରେ ଲୋକେ ନାକେଦମ ହେଲେଣି । ଏହି ଥୁପ ପଲିସ ମରାମତିକୁ ଜନସାଧାରଣ ବିରୋଧ କରିଛନ୍ତି । ତେବେ ୬ନଂ ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାକୁ ଏମିତି କାଁଭାଁ ମରାମତି ନକରି ନୂତନ ରାସ୍ତାରେ ସାମିଲ କରିବାକୁ ସାଧାରଣରେ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.