ଦେଶୀ ମାଛ ମଡ଼କ, ଲକ୍ଷାଧିକ ଟଙ୍କାର କ୍ଷତିକୁ ନେଇ ଚିନ୍ତାରେ ଚାଷୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡ଼କ ଦେଖାଯାଇଛି । ଉକ୍ତ ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡ଼କକୁ ନେଇ ସେ ଲକ୍ଷାଧିକ ଟଙ୍କା କ୍ଷତି ସହିଥିବା କହିଛନ୍ତି । କିଛିଦିନ ତଳେ ସେ ତାଙ୍କ ପୋଖରୀରେ ମାଛ ଯାଆଁଳ ଛାଡ଼ିଥିବା ବେଳେ ସୋମବାର ସମସ୍ତ ମାଛ ଯାଆଁଳଗୁଡିକ ମରି ଭାସୁଥିବା ଦେଖିବାକୁ ମିଳିଛି । ଏଠାରେ ମତ୍ସ ବିଭାଗର କୌଣସି ଅଧିକାରୀ ନ ଥିବା ବେଳେ କେଉଁ କାରଣରୁ ଏଭଳି ମଡ଼କ ଦେଖାଯାଇଛି ସେ ଜାଣିପାରୁ ନ ଥିବାରୁ ଅସହାୟତା ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଦାରିଙ୍ଗବାଡି ଅଞ୍ଚଳର ଲୋକେ ଆନ୍ଧ୍ର ମାଛ ଉପରେ ନିର୍ଭର କରିଆସୁଛନ୍ତି । ହେଲେ କିଛି ବର୍ଷ ହେଲା ସରକାରଙ୍କ ମୋ ପୋଖରୀ ଯୋଜନାରେ ପୋଖରୀ ଓ ମାଛ ଚାଷକୁ ଗୁରୁତ୍ୱ ଦିଆଯାଉଥିବାରୁ ସ୍ଥାନୀୟ ଲୋକ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏବେ ମାଛ ମଡ଼କ ଯୋଗୁ ଏବେ ଚିନ୍ତା ବଢ଼ିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.