ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): ସରିଛି ଦେବୀ ଦୁର୍ଗାଙ୍କ ଶାରଦୀୟ ପାର୍ବଣ । ଭକ୍ତଜନଙ୍କ ପାଖରୁ ବିଦାୟ ନେଇଛନ୍ତି ଜଗତଜନନୀ । ଦେବୀଙ୍କ ଆଗମନ ପାଇଁ ଆଉ ପୁଣି ବର୍ଷଟିଏ ଅପେକ୍ଷା କରିବାକୁ ପଡିବ । ପ୍ରତିକୂଳ ପାଗ ସତ୍ବେ ସାରା ଓଡ଼ିଶାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଛି ଦେବୀ ଦୁର୍ଗାଙ୍କ ପୂଜା ।
କେସିଙ୍ଗା ବ୍ଲକ ଉତ୍କେଲା ଠାରେ ମଧ୍ୟ ଶାରଦୀୟ ନବରାତ୍ରୀ ପୁଜା ମହା ଆଡମ୍ବରରେ ପାଲିତ ହୋଇଯାଇଛି । ପୂଜାର ଆରମ୍ଭ ଦିନ ଠାରୁ ପ୍ରତ୍ୟେକ ରାତି ମନୋରଞ୍ଜନ କାର୍ଯ୍ୟକ୍ରମରେ ରଙ୍ଗିନ ହୋଇ ଉଠିଥିଲା । ପ୍ରଥମ ସାନ୍ଧ୍ୟ କାର୍ଯ୍ୟକ୍ରମରେ କେସିଙ୍ଗା ବୃନ୍ଦାବନ ସାସ୍କୃତିକ ଅନୁଷ୍ଠାନ ଦ୍ବାରା ମେଲୋଡି,
ଦ୍ବିତୀୟ ରାତିରେ ପଶ୍ଚିମ ଓଡ଼ିଶାର ଅନନ୍ୟ ବିଭବ ଦଣ୍ଡ ନୃତ୍ୟ, ତୃତୀୟ ରାତିରେ ମହାନ କାଳ୍ପନିକ ନାଟକ, ଚତୁର୍ଥ ରାତିରେ ମେଲୋଡି କାର୍ଯ୍ୟକ୍ରମ, ପଞ୍ଚମ ଦିନରେ ଡ୍ୟାନସ ଡ୍ୟାନସ ଧମାକା ଏବଂ ଶେଷ ଦିବସରେ ମହାନ ଆକର୍ଷଣ ରାବଣ ପୋଡି ସହ ସମ୍ବଳପୁରିଆ ବଜାଶାଲ ରଖାଯାଇଥିଲା ।
ପୂଜା କମିଟିର ସଭାପତି ରୁପଚାନ୍ଧ ଜୈନ, ସମ୍ପାଦକ ତ୍ରିନାଥ ମାଝୀ, ଉପସଭାପତି ରାଜକୁମାର ଅଗ୍ରଓ୍ବାଲ, ସହ ସମ୍ପାଦକ ଅର୍ଜୁନ ପୋଢଙ୍କ ସମେତ ବଲଦେବ ପୁରୋହିତ, ଅଗସ୍ତି ସା, ଲାଲ ବାହାଦୁର ପୁଟେଲ, ନିଷିତ ରଞ୍ଜନ ନାଏକ, ବସନ୍ତ ପୁରୋହିତ,
ଶଶିଧର ପୁଟେଲ, ଅଙ୍ଗଦ ସା, ପ୍ରବିନ ଜୈନ, ଭୁବନେ ନାଗ, ଗୌରବ ଜୈନ, ବ୍ରହ୍ମ ଗୋୟଲ, ବିବେକ କୁମାର ଜୈନ,ସୁଦର୍ଶନ ଭୋଇ ଓ ସରପଞ୍ଚ ନରେନ୍ଧ୍ର ମାଝିଙ୍କ ସମେତ ସମସ୍ତ ସଭ୍ୟ ତଥା ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ଏବଂ ଫାଣ୍ଡି ଷ୍ଟାଫଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାରେ ମାଁଙ୍କ ଭଷାଣି ଯାତ୍ରା ମଧ୍ୟ ସମାପନ ହୋଇଛି । ସମସ୍ତଙ୍କ ସହଯୋଗରେ ଦେବୀ ଦୁର୍ଗାଙ୍କ ପୂଜା ନିର୍ବିଘ୍ନରେ ସମାପନ ହୋଇଥିବାରୁ ସଭାପତି ଶ୍ରୀ ଜୈନ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।