ଦୁଇ ବାଇକ ମଧ୍ୟରେ ଧକ୍କା, ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଟେମରାରୁ ବଙ୍ଗୋମୁଣ୍ଡା ରାସ୍ତାରେ ଆଜି ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ନେଗୀଗୁଡା ଗ୍ରାମର କୈଳାଶ ପଟେଲ ଆଜି କୋକସରାରୁ କୀଟନାଶକ ଔଷଧ ନେଇ ନିଜ ପୁତୁରା ବ୍ରଜ ପଟେଲ ସହ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଚିଲିଗୁଡା ଗ୍ରାମର ବିଦ୍ୟା ନାଗ (୨୩)ଙ୍କ ବାଇକ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ କୈଳାଶ ପଟେଲ (୩୬)ପଟେଲଙ୍କ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକତ୍ସାଳୟ କୁ ସ୍ଥାନାନ୍ତର କରାଯାଇ ଦୁର୍ଘଟଣା ଘଟି ଥିବା ଦୁଇ ବାଇକକୁ କୋକସରା ପୋଲିସ ଜବତ କରି ତଦନ୍ତ ଜାରୀ ରହିଥିବା ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.