ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତି ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ଦେଶର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ନିଯୁକ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେବା ପରେ  ନଭେମ୍ବର ୯ ରୁ ଦାୟିତ୍ବ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼  ।  ଦେଶର ୫୦ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଚନ୍ଦ୍ରଚୁଡ  ।

ତେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ୟୁୟୁ ଲଲିତ ଅବସର ନେବାର ଦିନକ ପରେ ନଭେମ୍ବର ୯ରେ ଜଷ୍ଟିସ ଚନ୍ଦ୍ରଚୂଡ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ଆଗାମୀ ଦୁଇ ବର୍ଷ ଯାଏଁ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ସମୟ ରହିବ । ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବାପା ୟଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ଦେଶର ୧୬ତମ ମୁଖ୍ୟ ବିଚାରପତି ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.