ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଇ° ସମିତ କୁମାର ଲେଙ୍କାଙ୍କ ଆହ୍ୱାନ କ୍ରମେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବାୟା ଅବଧୂତ ମହାବିଦ୍ୟାଳୟ କ୍ୟାମ୍ପସ କମିଟି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଛାତ୍ର ବିଜେଡ଼ି ସଭାପତି କାଳନ୍ଦି ଦାଶଙ୍କ ନେତୃତ୍ୱରେ ଓ ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ଜୀବନ ଆଶ୍ରିତ ଦାସ, ପୂର୍ବତନ ଛାତ୍ର ବିଜେଡ଼ି ବ୍ଲକ ସାଧାରଣ ସମ୍ପାଦକ ପ୍ରୀତିଲତା ମଲ୍ଲ, ବରିଷ୍ଠ ଛାତ୍ର ନେତା ସୋମେନ୍ ବରାଳ, ବ୍ଲକ ସମ୍ପାଦକ ଅନିଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କିପରି କଲେଜ କ୍ୟାମ୍ପସ କମିଟି ଗଠନ ହେବ ସେନେଇ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ଛାତ୍ର ନେତା ସୁରତ ପଳାଇ, ଶୁଭଶ୍ରୀ ରାଉତ, ଏମ ଡି ଜାଉନୁଲ ଆବେଦିନ, ସମ୍ରାଟ ସବ୍ୟସାଚୀ ସ୍ବାଇଁ, ନାରାୟଣ କର, ସୁବ୍ରତ ପୃଷ୍ଟି, ସ୍ଵୟଂ ପ୍ରକାଶ ପରିଜା ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନା କରିଥିଲେ ।