ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୁଢିପଦର ପ୍ରାଥମିକ ବିଦ୍ୟାଳୟର ପୁନଃ ନିର୍ମାଣ ଦାବି ନେଇ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ ଜିଲ୍ଲାପାଳ ଓ ବିଡିଓଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ୧୯୬୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ବୁଢୀପଦର ପ୍ରାଥମିକ ବିଦ୍ୟାଳୟ ଜୀର୍ଣ୍ଣସିର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ତେଣୁ ଏହାର ଆଶୁ ସମାଧାନ ପାଇଁ ଜିଲ୍ଲାପାଳ ଓ ଭବାନୀପାଟଣା ବିଡ଼ିଓଙ୍କୁ ଡ଼. ନିଆଲ ଏବଂ ଗ୍ରାମବାସୀମାନେ ନିବେଦନ କରିଥିଲେ ।
ଏଥିରେ ଗ୍ରାମବାସୀ ତରଫରୁ ଦୀନବନ୍ଧୁ ସାହୁ, କାମଦେବ ସାହୁ, ପ୍ରଧାନ ଶିକ୍ଷକ ଗୁଣନିଧି ସୁନା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବଳଦେବ ସାହୁ, ପ୍ରଦୀପ ସାହୁ, କେଦାର ସାହୁ, ରହିତ ସାହୁ, ଲକ୍ଷ୍ମଣ ଶବର, ଓ୍ବାର୍ଡମେମ୍ବର ଦାମୋଦର ନାଗ, ହୃଦାନନ୍ଦ ମାଝୀ, ଗନ୍ଧର୍ବ ସାହୁ, ଡୁଲମଣୀ ଶବର, ଦେବରାଜ ଯାନୀ, ହିମାଂଶୁ ବାଗ, ଭଗବାନ ଯୁଆଡ଼, ଧନୁ ଯାନୀ, ବୈକୁଣ୍ଠ ମାଝୀ, ବିସିକେଶନ ଶବର, ଧରଣୀ ସାହୁ, ପ୍ରହଲ୍ଲାଦ ଯୁଆଡ଼, ଅଯୋଧ୍ୟା ଶିଖା, ସୁଗ୍ରୀ ଭୋଇ,ଲାଲୁ ପ୍ରସାଦ ସାହୁ, ଲିଙ୍ଗରାଜ ଯାନୀ, କୁବେର ସାହୁ, ପୂର୍ଣ୍ଣ ଚିନାଗୁନ, ବାବୁଲି ବାଗ, ଖୁସିରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।