ସୂତାକଳ ପୁନଃରୁଦ୍ଧାର ପ୍ରସଙ୍ଗ: ତିର୍ତ୍ତୋଲ ବ୍ଲକ କଂଗ୍ରେସର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ତରଫରୁ ତରଜଙ୍ଗା ସ୍ଥିତ ବ୍ଲକ କଂଗ୍ରେସ କାର୍ଯ୍ୟଳୟଠାରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ ଅଧ୍ଯକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ତିର୍ତ୍ତୋଲ ସାରଳା ସୂତାକଳକୁ ନେଇ ଆଗାମୀ କାର୍ଯ୍ୟପନ୍ଥା କ’ଣ ରହିବ ସେନେଇ ଆଲୋଚନା ହୋଇଥିଲା । ତିର୍ତ୍ତୋଲ ଶ୍ରୀ ସାରଳା ସମବାୟ ସୂତାକଳ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବକେୟା ଦର୍ଶାଇ ଷ୍ଟେଟ ବ୍ଯାଙ୍କ ସିଲ୍ କଲା ପରେ କଂଗ୍ରେସ ସୂତାକଳକୁ ଋଣ ମୁକ୍ତ କରି ପୁନଃରୁଦ୍ଧାର କରିବା ପାଇଁ ସେହି ଦିନ ଠାରୁ ଆନ୍ଦୋଳନକୁ ଓହ୍ଲାଇଛି । ବିଭିନ୍ନ ପ୍ରକାର ଆନ୍ଦୋଳନାତ୍ମାକ ପନ୍ଥା ଅବଲମ୍ବନ କରୁଛି । କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଗତକାଲି ଏକ ପ୍ରେସ ଇସ୍ତାହାର ଜରିଆରେ ଯଦି ଆଗାମୀ ୧୫ ଦିନ ମଧ୍ଯରେ ସୂତାକଳକୁ ଋଣ ମୁକ୍ତ କରିବା ଦିଗରେ ବା ପୁନଃଉଦ୍ଧାର କରିବା ପାଇଁ କିଛି ପଦକ୍ଷେପ ନ ନିଅନ୍ତି ତେବେ ସେ ଅନଶନ କରିବା ପାଇଁ କଡା ଚେତାବନୀ ସରକାରଙ୍କୁ ଦେଇଥିଲେ । ଏହା ଉପରେ ଇଂ ମଲ୍ଲିକ ବ୍ଲକ କଂଗ୍ରେସ କର୍ମକର୍ତ୍ତା ମାନଙ୍କ ସହ ବିସ୍ତୃତ ଆଲୋଚନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବୈଠକରେ ଗୋବିନ୍ଦପୁର ସମିତିସଭ୍ୟ ଦେବ ପ୍ରସାଦ ନାୟକ ଯୋଗଦେଇ ଅନଶନକୁ ସଫଳ କରିବା ପାଇଁ ସମସ୍ତ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ । ବୈଠକରେ ବ୍ଲକ କଂଗ୍ରେସ ଉପ ସଭାପତି ଧନଞ୍ଜୟ ସୁତାର, ଅଶ୍ବିନୀ ସ୍ବାଇଁ, ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି, ମୂଳିସିଂ ସରପଞ୍ଚ ସଫି ଆଜମ, ସମିତି ସଭ୍ଯ ରଞ୍ଜନ ସାହୁ, ଗରାମ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚୟନୀ, ବେଣୁଧର ବିଶ୍ୱାଳ , ତ୍ରିଲୋଚନ ସାହୁ, ତ୍ରିଲୋଚନ ଦାସ, ଶୁଭ ନାରାୟଣ ନାୟକ, ମହମ୍ମଦ ଅବଦୁଲ ୱାହୀଦ, ମାନସ ରଞ୍ଜନ ବେହେରା, ବ୍ରଜ କିଶୋର ମଲ୍ଲିକ, ଇଂ ଭିକି ଶର୍ମା, ଲଲାଟ କେଶରୀ ମହାପାତ୍ର, ରଞ୍ଜନ କୁମାର ସାହୁ, ପ୍ରଶାନ୍ତ କୁମାର ଲେଙ୍କା, ପ୍ରଗତି ରଞ୍ଜନ ପରିଜା, ଜିତେନ୍ଦ୍ର ସେଠି, ଦେବି ପ୍ରସାଦ ପାଳ, ତର୍ପଣ ଶତପଥୀ, ବୁଦ୍ଧେଶ୍ବର ବେହେରା, ଛାତ୍ର କଂଗ୍ରେସ ସଭାପତି ପ୍ରତ୍ଯୁଷ ପରିଜା, ଶେଖ ମାଜିଦ ଅଲ୍ଲୀ, ରବୀନ୍ଦ୍ର କୁମାର ମଲ୍ଲିକ, ସୁଦର୍ଶନ ମଲ୍ଲିକ, ପ୍ରକାଶ ସାସମଲ, ଦେବାଶିଷ ଦାସ, ସୁନୀଲ କୁମାର ରଣା, ହରେକୃଷ୍ଣ ଦାସ, ମାନସ ରଞ୍ଜନ ସ୍ୱାଇଁ, ନବୀନ ବିଶ୍ୱାଳ, ମାନଶ କୁମାର ମଲ୍ଲିକ, ନିରଞ୍ଜନ ମହାନ୍ତି, ନୀଳକଣ୍ଠ ସ୍ୱାଇଁ, ଜିତେନ୍ଦ୍ର ମହାନ୍ତି, ରାକେଶ ସ୍ବାଇଁ, ରବିନ୍ଦ୍ର ମଲ୍ଲିକ, କ୍ଷୀରୋଦ କୁମାର ସାମଲ, ଚଗଲା ମହାପାତ୍ର, ସାଇ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ଯଦି ସରକାର କିଛି ପଦକ୍ଷେପ ନନେବେ ତେବେ ଅନଶନ ହେବ ବୋଲି ସର୍ବସମ୍ମତିକ୍ରମେ ବୈଠକରେ ମତ ପ୍ରକାଶ ପାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.