ଭବାନୀପାଟଣା ସର୍କିଟ ହାଉସଠାରେ ପ୍ରଗତିବାଦୀର ଜିଲ୍ଲା ସମୀକ୍ଷା ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ ସୁଶାନ୍ତ ଦଳେଇ): ଆଜି ବୁଧବାର ଭବାନୀପାଟଣା ସର୍କିଟ ହାଉସଠାରେ ଦିବା ୧୧ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ପ୍ରଗତିବାଦୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଗତିବାଦୀ ଡିଜିଏମ ତଥା କଳାହାଣ୍ଡି ଜିଲ୍ଲା ପ୍ରତିନିଧି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ପ୍ରତିନିଧି ଉପସ୍ଥିତ ଥିଲେ । ଉକ୍ତ ସମୀକ୍ଷା ବୈଠକରେ ବିଗତ କରୋନା କାଳରେ ଜିଲ୍ଲାରେ ସୁନାମଧନ୍ୟ ପ୍ରଗତିବାଦୀ ଖବର କାଗଜ ପ୍ରସାରଣରେ ବାଧାପ୍ରାପ୍ତ ହୋଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାରେ ଏହାର ପ୍ରସାରଣ ବଢାଇବା ପାଇଁ ଗୁରୁତ୍ବ ଦିଆଯାଇଥିଲା । ଆସନ୍ତା ନଭେମ୍ବର ମାସ ୮ ତାରିଖ ଦିନ ପ୍ରଗତିବାଦୀର ବାର୍ଷିକଉତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ବାର୍ଷିକଉତ୍ସବ ଧୁମଧାମରେ ପାଳିତ ହେବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆସନ୍ତା ନଭେମ୍ବର ୮ ରେ ହେବାକୁ ଥିବା ପ୍ରଗତିବାଦୀର ସ୍ଵନକ୍ଷତ୍ର ଉତ୍ସବ ପାଇଁ ଅଧିକରୁ ଅଧିକ ବିଜ୍ଞାପନ ଦେବାପାଇଁ ଆଲୋଚନା ହୋଇଥିଲା । ଇତ୍ୟବସରରେ ଜିଲ୍ଳାର ସମସ୍ତ ବ୍ଲକ ପ୍ରତିନିଧି ନିଜ ନିଜ ନିଜର ସମସ୍ୟା ସବୁ କହିଥିବା ବେଳେ ସେ ସବୁର ସମାଧାନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ନର୍ଲା ପ୍ରତିନିଧି ଲିଙ୍ଗରାଜ ମିଶ୍ର, ମ.ରାମପୁର ପ୍ରତିନିଧି ଉଦ୍ଧବ ପଣ୍ଡା, କେସିଙ୍ଗ ପ୍ରତିନିଧି ଡମ୍ବରୁଧର ଭୋଇ , କୋକସରା ପ୍ରତିନିଧି ଭଦ୍ରାଞ୍ଚଳ ନାଏକ, ଗୋଲାମୁଣ୍ଡା ପ୍ରତିନିଧି ସୁଶାନ୍ତ କୁମାର ଦଳେଇ, ମହାଲିଙ୍ଗ ପ୍ରତିନିଧି ସୌମ୍ୟ ରଞ୍ଜନ ଅଗସ୍ତି, କଲମପୁର ପ୍ରତିନିଧି ଦୀପକ ସାହୁ, ଥୁଆମୂଳ ରାମପୁର ପ୍ରତିନିଧି ବୀର ବଜରଙ୍ଗ ନାଏକ, ଲାଞ୍ଜିଗଡ଼ ପ୍ରତିନିଧି ହିମାଦ୍ରୀ ପେଶନିଆ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମହାଳିଙ୍ଗ ପ୍ରତିନିଧି ସୌମ୍ୟ ରଞ୍ଜନ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.