ଜ୍ୟୋତିଷ ରତ୍ନ ଡ. ଅର୍ଜୁନ ବାଗ ଶାସ୍ତ୍ରୀ ଓଡ଼ିଶା ପ୍ରଦେଶ ମହାସଚିବ ମନୋନୀତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ପଞ୍ଚାୟତ ଚାରପାଲି ନିବାସୀ ଅନ୍ତର୍ଜାତୀୟ ଜ୍ୟୋତିଷ ରତ୍ନ ଡ. ଅର୍ଜୁନ ବାଗ ଶାସ୍ତ୍ରୀ ଓଡିଶା ପ୍ରଦେଶ ମହାସଚିବ ଭାବରେ ମନୋନୀତ ହୋଇଛନ୍ତି । ରାଷ୍ଟ୍ରୀୟ ଜ୍ୟୋତିଷ ଏବଂ ରୁଦ୍ରାକ୍ଷ ଅନୁସନ୍ଧାନ ସଂସ୍ଥାନ ଆରଜେଆରଏଏସ ଟ୍ରଷ୍ଟର ନିଷ୍ପତି କ୍ରମେ ତାଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି । ଡ. ଅର୍ଜୁନ ବାଗ ଶାସ୍ତ୍ରୀଙ୍କ ଏଭଳି ବାରମ୍ବାର ବିଶ୍ୱସ୍ତରୀୟ ସଫଳତା ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଥିବା ଦେଖିବାକୁ ମିଳିଛି । ଡା. ଅର୍ଜୁନ ଶାସ୍ତ୍ରୀ ଉପାନ୍ତ ନୂଆପଡା ଜିଲ୍ଲାର ଅଖ୍ୟାତ ପଲ୍ଲୀ ଚାରପାଲି ଗ୍ରାମରେ ୧୯୯୭ ମସିହା ସେପ୍ଟେମ୍ବର ୨୭ ତାରିଖ ଦିନ ଜ୍ୟୋତିଷ ଦାରୁବ୍ରହ୍ମ ଓ ବାସ୍ତୁରତ୍ନ ଉପାଧି ପ୍ରାପ୍ତ ଜ୍ୟୋତିଷ ମଦନ ବାଗ ଓ ମାତା ମାଧବିଲତା ବାଗ ଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ । ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ରେ ମାଟ୍ରିକ ପାସ କରିଥିଲେ । ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିଷ ବିହାରରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ ଜ୍ୟୋତିଶ ଶାସ୍ତ୍ରରେ ଡିଗ୍ରୀ ହାସଲ କରି ଜ୍ୟୋତିଶ ଶାସ୍ତ୍ର ପ୍ରତି ଆକୃଷ୍ଟ ହୋଇଥିଲେ । ପରେ ଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟ ପୁରୀ ଓ ଭାରତୀୟ ବିଦ୍ୟା ଭବନ ଦିଲ୍ଲୀରୁ ଜ୍ୟୋତିଷ ଶାସ୍ତ୍ରରେ ବିଦ୍ୟା ଅଧ୍ୟୟନ କରି ଜଣେ ନିପୁଣ ଜ୍ୟୋତିଷ ଶାସ୍ତ୍ରବିଦ ଭାବରେ ପରିଚିତ ହୋଇପାରିଥିଲେ । ଯାହା ଫଳରେ ରାଜ୍ୟ ତଥା ଦେଶ ବାହାରେ ଜଣେ ସୁନାମଧନ୍ୟ ଜ୍ୟୋତିଶବିଦ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି । ବସ୍ତୁବିଦ ବିଶ୍ୱକର୍ମା କଳ୍ପ ପୁରସ୍କାର, ଜ୍ୟୋତିଶ ଶାସ୍ତ୍ରୀ, ଜ୍ୟୋତିଶ ରତ୍ନ, ଜ୍ୟୋତିଷ ବିଦ୍ୟା ବାରିଧି, ଜ୍ୟୋତିଷ ଭୂଷଣ, ଜ୍ୟୋତିଷ କଳାନିଧି ଭଳି ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ଉପାଧି ଓ ସମ୍ମାନରେ ସମ୍ମାନିତ ହୋଇପାରିଛନ୍ତି । ମହର୍ଷି ପରାସର ଜ୍ୟୋତିଶ ଓ ବାସ୍ତୁ ଅନୁସନ୍ଧାନ କେନ୍ଦ୍ର ନୂଆଦିଲ୍ଲୀ ଓ ଓଡିଶା ଜ୍ୟୋତିଷ ସମିତିର ବ୍ରାଣ୍ଡ ଅମ୍ବାସାଡ଼ର ଭାବରେ ମଧ୍ୟ ମନୋନୀତ ହୋଇପାରିଛନ୍ତି । ତତ୍ସହିତ ନେପାଳ ଓ ଆମେରିକା ଭଲି ଦେଶରେ ଜଣେ ଖ୍ୟାତିସମ୍ପନ୍ନ ଜ୍ୟୋତିଷ ବିଶାରଦ ଭାବରେ ପୁରସ୍କୃତ ଓ ସମ୍ମାନିତ ହୋଇପାରିଛନ୍ତି । ସେହିପରି ବର୍ତ୍ତମାନ ପ୍ରଦେଶ ମହାସଚିବ ଭାବରେ ମନୋନୀତ ହୋଇଥିବା ନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶ ଯୋଗ୍ୟ ଯେ ବିଶ୍ୱ ଜ୍ୟୋତିଷ ଗବେଷଣା ସଂଗଠନର ଆଜୀବନ ସଦସ୍ୟ ଭାବରେ ସେ ଓଡ଼ିଶାର ପ୍ରଥମ ସଦସ୍ୟ ହୋଇଥିବା ଜଣାପଡିଛି । ଡା. ଜ୍ୟୋତିଷ ରତ୍ନ ଶ୍ରୀ ବାଗଙ୍କ ଏଭଳି ସଫଳତା ଅଞ୍ଚଳ, ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.