ସୁଚରିତା ମୁଗ୍ରୀ କର୍ଲାମୁଣ୍ଡାର ନୂତନ ବିଡ଼ିଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଆଜି କର୍ଲାମୁଣ୍ଡା ବ୍ଲକର ନୂତନ ବିଡ଼ିଓ ଭାବେ ସୁଚରିତା ମୁଗ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ମ.ରାମପୁର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଦାୟିତ୍ୱ ଗ୍ରହଣ ସମୟରେ ଭାରପ୍ରାପ୍ତ ବିଡ଼ିଓ ସିଦ୍ଧେଶ୍ୱର ମେହେର, ଜିପିଓ ଯୁଗଳ କିଶୋର ନାଏକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରକାଶଥାଉକି ଏଠିକାର ବିଡ଼ିଓଙ୍କ ଅନ୍ୟତ୍ର ବଦଳି ହେବା ପରେ କେସିଙ୍ଗା ଏବିଡିଓ ଶ୍ରୀ ମେହେରଙ୍କୁ ଭାରପ୍ରାପ୍ତ ବିଡ଼ିଓ ଭାବେ ଦାୟିତ୍ୱ ଦିଆଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.