ପ୍ରଧାନମନ୍ତ୍ରୀ ମୋଦୀ ମହିଳାଙ୍କ ସୁରକ୍ଷା କଥା କହୁଛନ୍ତି ହେଲେ ଅସଲରେ ସେ ଦୁଷ୍କର୍ମକାରୀଙ୍କ ସହିତ ରହିଛନ୍ତି -ରାହୁଲ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ୧୧ ଦୋଷୀଙ୍କ ଜେଲରୁ ଖଲାସ କରିବାକୁ ନେଇ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମହିଳାଙ୍କ ସୁରକ୍ଷା କଥା କହୁଛନ୍ତି ହେଲେ ଅସଲରେ ସେ ଦୁଷ୍କର୍ମକାରୀଙ୍କ ସହିତ ରହିଛନ୍ତି। ଏପରି କହି କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ। ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ବିଲକିସ ବାନୋଙ୍କ ପ୍ରତି ଗଣଦୁଷ୍କର୍ମ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା।

Omkar Vasthu
Omkar Vasthu

ଲାଲକିଲ୍ଲାରୁ ମହିଳାଙ୍କ ପ୍ରତି ସମ୍ମାନର କଥା କୁହାଯାଉଛି। କିନ୍ତୁ ବାସ୍ତବରେ ଦୁଷ୍କର୍ମକାରୀଙ୍କ ସହ ଛିଡା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏବଂ ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ବଡ ଫରକ ରହିଛି। ଏପରି କରି ସେ ମହିଳାଙ୍କୁ ଠକିଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ସୂଚନାଯୋଗ୍ୟ, ଅଗଷ୍ଟ ୧୫ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଭାଷଣ ଦେବା ସମୟରେ ମହିଳା ସଶକ୍ତିକରଣ ପାଇଁ ଆହ୍ୱାନ ଦେଇଥିଲେ। ଏହାଦିନ ବିଲକିସ୍ ବାନୋ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ୧୧ ଜଣ ଦୋଷୀଙ୍କୁ ପ୍ରାୟ ୧୫ ବର୍ଷ ପରେ ଜେଲରୁ ଖଲାସ କରାଯାଇଥିଲା। ରାଜ୍ୟ ସରକାର କହିଛନ୍ତି, ଦୋଷୀଙ୍କ ବ୍ୟବହାର ଭଲ ରହିଥିବାରୁ ତାଙ୍କୁ କୋର୍ଟରୁ ଖଲାସ ହୋଇଥିଲେ। ଜେଲରୁ ବାହାରିବା ପରେ ଦୋଷୀଙ୍କୁ ତାଙ୍କ ଆତ୍ମୀୟସ୍ୱଜନ ଓ କିଛି ଦକ୍ଷିଣପନ୍ଥୀ ହିନ୍ଦୁ ସଙ୍ଗଠନ ପକ୍ଷରୁ ସେମାନଙ୍କୁ ଫୁଲମାଳ ଓ ମିଠା ଖୁଆଇ ସ୍ୱାଗତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ କହିଛନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ଯେ ଭାଷଣ ଏବଂ ଆଚରଣରେ ଆମେ ଏପରି କିଛି ନକରିବା ଯାହା ମହିଳାଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିବ। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ମୋର ଗୋଟିଏ ଅନୁରୋଧ ରହିଛି। ଦୈନନ୍ଦିନ ଜୀବନରେ ଆମେ କ’ଣ ଆମ ମହିଳାଙ୍କ ପ୍ରତି ଥିବା ମାନସିକତାରେ ପରିବର୍ତ୍ତନ ଆଣିପାରିବା ନାହିଁ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.