ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଥିବା ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଶନିବାର ରାତିରେ ଦୁର୍ବୁତ୍ତ ମାନେ ଚୋରୀ କରିଥିବା କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ତେବେ ଦୁର୍ବୁତ୍ତମାନେ ଗ୍ରାହକ ସେବା କେନ୍ଦ୍ରର ତାଲା ଭାଙ୍ଗି କୋଠରୀ ଭିତରେ ଥିବା ତିନିଟି ଜେରକ୍ସ ମେସିନ, ଗୋଟିଏ ସିପିୟୁ ଓ ନଗଦ କୋଡିଏ ହଜାର ଟଙ୍କା ନେଇଯାଇଥିବା ଗ୍ରାହକ ସେବାକେନ୍ଦ୍ରର କର୍ମଚାରୀ ମଚିନ୍ଦ୍ର ସାହୁ ଲିଖିତ ଅଭିଯୋଗ କରିଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ, ଗ୍ରାହକ ସେବା କେନ୍ଦ୍ର ପାଖ ଏସବିଆଇ ଏଟିଏମ୍ କାଉଣ୍ଟରର ମଧ୍ୟ ସଟର ଭାଙ୍ଗି ଚୋରୀ କରିବାକୁ ଉଦ୍ୟମ କରିଥିଲେ ହେଁ ଦୁର୍ବୁତ୍ତ ମାନେ ସଫଳ ହୋଇ ପାରିନଥିବା ଜଣା ପଡ଼ିଛି । ଏତଲା ପାଇବା ପରେ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଘଟନାସ୍ଥଳ ରେ ପହଂଚି ତଦନ୍ତ କରିଥିଲେ । ହେଲେ ଚୋରର ସନ୍ଧାନ ମିଳିପାରିନାହିଁ । ଏନେଇ ମ ରାମପୁର ଥାନାରେ କେଶ ନଂ ୨୬୭ ଦଫା ୪୫୭, ୩୮୦ ରେ ମାମଲା ରୁଜୁ ହୋଇଛି । ବାରମ୍ବାର ଏ ଅଞ୍ଚଳରେ ଚୋରି ଉପଦ୍ରଵ ବୃଦ୍ଧି ପାଉଥିବାରୁ ପୋଲିସ ପେଟ୍ରୋଲଲିଂଙ୍ଗ ଜୋରଦାର କରିବାକୁ ସାଧାରଣରେ ଦାବୀ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.