ଆମ୍ ଆଦମୀ ପାର୍ଟି କାର୍ଯ୍ଯକର୍ତ୍ତାଙ୍କ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଆଜି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କର୍ଲାମୁଣ୍ଡା ବ୍ଲକର ଚିନାବାଡି ପଡିଆ ଠାରେ ସରଗୁଲ ମାଲପଡା ପଞ୍ଚାୟତର ଆମ୍ ଆଦମୀ ପାର୍ଟି କାର୍ଯ୍ଯକର୍ତ୍ତାଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ବରିଷ୍ଠ ଆପ୍ ନେତା ଲକ୍ଷ୍ମୀନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଞ୍ଚାୟତରେ ଆମ୍ ଆଦମୀ ପାର୍ଟିକୁ ମଜବୁତ କରିବା, ଅରବିନ୍ଦ କେଜ୍ରିୱାଲଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ମୋଡେଲକୁ ପ୍ରତେକ ଘରକୁ ପହଞ୍ଚାଇବା ସହ ପଞ୍ଚାୟତବାସୀଙ୍କ ସମସ୍ୟା ସହିତ ଜଡିତ ରହିବା, ମଣ୍ଡିରେ ଖରିଫ ଧାନ କିଣାକୁ ନେଇ ନଜର ରଖିବାକୁ ଆହ୍ୱାନ ଦେଇଥିଲେ । ୨୦୦ୟୁନିଟ୍ ଫ୍ରି ବିଜୁଳି ପାଇଁ ଦସ୍ତଖତ ଅଭିଯାନକୁ ଆରମ୍ଭ କରିବା ସହ ଆଗାମୀ ଦିନରେ ପଞ୍ଚାୟତରେ ସଂଗଠନ କରିବା ପାଇଁ ବ୍ଲକ ଆବାହକ ଦଶରଥ ସାହୁ କହିଥିଲେ । ବ୍ଲକର ସମସ୍ତ ପଞ୍ଚାୟତରେ ସଭାର ଆୟୋଜନ କରାଯିବ ବୋଲି ସାଧାରଣ ସମ୍ପାଦକ ଭକ୍ତ ସାହୁ ମତ ରଖିଥିଲେ । ଏଥିରେ ବ୍ଲକ ସମ୍ପାଦକ କୁମୁଦ ଛତ୍ରିୟା, ସମ୍ଭୁ ସାହୁ, ସମାରୁ ସାହୁ, କୁଞ୍ଜ ସାହୁ, ସଞ୍ଜିବ ସାହୁ, ବୈଦ୍ୟ ସାହୁ, ଗରୁଡ ସାହୁ, ଲୁକେଶ୍ୱର ସାହୁ, ହରିଶ୍ଚନ୍ଦ୍ର ଭୋଇ, ଅନିରୁଦ୍ଧ କୁମାର, ଯାଜ୍ଞ୍ୟସେନ୍ ସାହୁ, ଘନଶ୍ୟାମ ସାହୁ, ରଶ୍ମିତା ସୁନା, ଲକ୍ଷ୍ମୀ ଛତ୍ରିୟା, ସମ୍ପ୍ରଦ ସାହୁ, ଘନଶ୍ୟାମ ସାହୁ, ତୁଳସୀ ଦଲପତି ସାମିଲ ହେବା ସହ ନିଜ ନିଜ ମତ ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.