ଜୟଦୁର୍ଗା ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ଅଭିଯାନ

ମାଗଣାରେ ହିମୋଗ୍ଲୋବିନ ପରୀକ୍ଷଣ ଓ ଔଷଧ ପ୍ରଦାନ  

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୌଷ୍ଟିକ ଖାଦ୍ୟର ଅଭାବ ଯୋଗୁଁ ରକ୍ତହୀନତାର ଶୀକାର ହେଉଛନ୍ତି ଅଧିକାଂଶ ଛାତ୍ରଛାତ୍ରୀ । ଏହା ଫଳରେ ସେମାନେ ବିଭିନ୍ନ ରୋଗର ଶୀକାର ହେଉଥିବା ଜଣାପଡିଛି । ଏଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ବିଦ୍ୟାଳୟରେ ଶିବିର ଆୟୋଜନ କରି ରକ୍ତ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ପ୍ରଦାନ କରିବା ସହିତ ପୌଷ୍ଟିକ ଆହାର ପାଇଁ ପରାମର୍ଶ ଦେଉଛନ୍ତି ଡାକ୍ତର । ଏହି କ୍ରମରେ ଗୁରୁବାର ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ବିପିଏମ୍ ସବୀର ପଧାନଙ୍କ ନେତୃତ୍ୱ ଏବଂ ଅଧ୍ୟକ୍ଷତାରେ ଜୟଦୁର୍ଗା ହାଇସ୍କୁଲ ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସର୍ଗିଗୁଡା ସରପଞ୍ଚ  ଦିପାଞ୍ଜଳୀ ବୁଦ୍ଧିଆ ଯୋଗଦେଇ ରକ୍ତହୀନତା ଓ ପୌଷ୍ଟିକ ଆହାର ବିଷୟରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଏବିଇଓ ଗୋବର୍ଦ୍ଧନ ମାଝୀ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଜୟଦୁର୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ଭୋଇ, ୱାର୍ଲଡ ଭିଜନ ଇଣ୍ଡିଆ ନର୍ଲା ଏଡିପିର ପ୍ରତିନିଧି ଭାସ୍କର ରାଓ, ପ୍ରତିମା ତାଣ୍ଡି ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ ।

Udyog Nursery
Udyogi Nursery

ବିପିଏମ୍ ସବୀର ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୋବାଇଲ ହେଲଥ୍ ୟୁନିଟ ନର୍ଲାର ଡ. ମନସ୍ୱିନୀ ପାଣିଗ୍ରାହୀ, ଜ୍ୟୋତିସ୍ମିତା ମହାନ୍ତି, ଡ. ସୁଧିର କୁମାର କମ୍ପ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଶରୀରରେ ରକ୍ତହୀନତା ଓ ଏହାର ପ୍ରତିକାର ଖାଦ୍ୟ ପରିଚାଳନା ବିଷୟରେ ବିଷଦ ଭାବରେ ବୁଝାଇଥିଲେ । ଏଥିରେ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସର୍ଗିଗୁଡାର ଅଜିତ କୁମାର ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ସୂର୍ଯ୍ୟକାନ୍ତୀ ପାଢୀ, ସରୋଜ ସାହୁଙ୍କ ସମେତ ନର୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଏବଂ ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ହିମୋଗ୍ଲୋବିନ ପରୀକ୍ଷଣ କରି ରକ୍ତହୀନତା ରହିଥିବା ଛାତ୍ରଛାତ୍ରୀଙ୍କୁ ଔଷଧ ପ୍ରଦାନ କରିବା ସହିତ ଖାଦ୍ୟ ପରିଚାଳନା ଉପରେ କହିଥିଲେ ।

ଏଥିରେ ସର୍ଗିଗୁଡା ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର ବରାଡ, କହ୍ନେଇ ଗଉଡ, ନାରାୟଣ ପଧାନ, ଚକ୍ରଧର ସା, ବିବେକାନନ୍ଦ ଠାକୁର, ଶ୍ରୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସବୀର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.