କେବେ ସୁଧୁରିବ କେସିଙ୍ଗା ୱାର୍ଡ ନଂ ୯ର ଡ୍ରେନେଜ ସିଷ୍ଟମ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ଏନଏସି ୧୯୬୫ ମସିହାରେ ଗଠିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କେତେକ ୱାର୍ଡର ପରିମଳ ବ୍ୟବସ୍ଥା ସୁଧୁରି ପାରିନାହିଁ । ୧୨ ଓ୍ବାର୍ଡ ବିଶିଷ୍ଟ କେସିଙ୍ଗା ଏନଏସିର ୱାର୍ଡ ନଂ ୯ (ମଝିପଡା)ରେ ଡ୍ରେନେଜ ସିଷ୍ଟମ ଅବ୍ୟବସ୍ଥିତ ହୋଇପଡ଼ିଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ଜମି ରହିଥିବାରୁ ରାସ୍ତା ମଧ୍ୟ ଖରାପ ହୋଇ ବଡ଼ ବଡ଼ ଖାଲ ଖମା ହୋଇ ଗମନାଗମନରେ ଅନ୍ତରାୟ ସୃଷ୍ଟି କରୁଛି । ଏହି ରାସ୍ତା ଆଗକୁ ତହସିଲ ଅଫିସ୍, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କଲେଜ, ମିନି ଷ୍ଟାଡିୟମକୁ ଯୋଗ କରୁଥିବାରୁ ପ୍ରତହ୍ୟ ଶହ ଶହ ଯାନବାହନ ଓ ଜନସାଧାରଣ ଯିବା ଆସିବା କରିଥାନ୍ତି । ଡ୍ରେନେଜ ସିଷ୍ଟମ ସୁଧାରିବାକୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଓ୍ବାର୍ଡବାସୀଙ୍କ ଏହି ଅସୁବିଧା ଉପରେ କାହାର ନଜର ନାହିଁ । ନଗରବାସୀ ସୁସ୍ଥ ଓ ନିରୋଗ ରହିବାପାଇଁ ପ୍ରଥମେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବା ଜରୁରୀ । ତେଣୁ ଯଥା ଶୀଘ୍ର ୱାର୍ଡ ନଂ ୯ର ଡ୍ରେନେଜ୍ ସିଷ୍ଟମ୍ ଠିକ୍ କରି ରାସ୍ତା ମରାମତି କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.