ବିବେକସେନା ତରଫରୁ ‘ମୁଁ ବି କଳାକାର ହେବି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବିବେକ କନଫେରେନ୍ସ ହଲ ଠାରେ ‘ମୁଁ ବି କଳାକାର ହେବି’ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟରେ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ସ୍କୁଲ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ନିଜ ନିଜ କଳା ପ୍ରତିଭା ଓ କଠୋର ପ୍ରଚେଷ୍ଟାରେ ନିଜ ସ୍ଵପ୍ନକୁ ସାକାର କରିବା ସହ କଳାହାଣ୍ଡି ମାଟିକୁ ବିଶ୍ୱ ଦରବାରରେ ପରିଚିତ କରେଇପାରିବେ ବୋଲି ବିବେକସେନାର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଶିବରାମ ନାୟକ ନିଜ ବକ୍ତବ୍ୟରେ କହିଥିଲେ। ଶିକ୍ଷାବିତ ପ୍ରଭାସ ମିଶ୍ର, ନାଟ୍ୟକାର ଡ. ଉମେଶ ଶତପଥି, ପ୍ରଦୀପ ଧଙ୍ଗଡ଼ାମାଝୀ, ରିୟାଜ ଖାଁ, ନାଟ୍ୟ ନିର୍ଦ୍ଦେଶକ ଶଙ୍କର ନାୟକ, ବିରଞ୍ଚି ନାରାୟଣ ମୁଣ୍ଡ, ବ୍ୟଙ୍ଗକାର ସୁଶାନ୍ତ ମିଶ୍ର, ଶିକ୍ଷାବିତ ଡ଼ା. ସୁମନ ରଥ ଓ ମୁକୁନ୍ଦ ରେଡ୍ଡୀ ସମ୍ମାନୀତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସୁଶାନ୍ତ ନାଏକ, ବୃଷଭ ଦାସ ସହଯୋଗ କରିଥିବା ବେଳେ ବିବେକସେନା ବରିଷ୍ଠ ସଦସ୍ୟା ମିକୁମିକ୍ସ ନାୟକ ସଭା ପରିଚାଳନା ସହ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.