ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ହାତିବନ୍ଧାର ଦୁଇ ବର୍ଷୀୟ କୁନି ଝିଅ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧାର ଦୁଇ ବର୍ଷୀୟ ଶିଶୁ ସୁଦୀପ୍ତା ମେହେର ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଜଣାପଡିଛି। ହାତିବନ୍ଧା ନିବାସୀ ସୁରେନ୍ଦ୍ର ମେହେର ଓ କବିତା ମେହେରଙ୍କ ସେ ପ୍ରଥମ ଝିଅ ଭାବେ ଗତ ୨୦୨୦ ଫେବୃଆରୀ ୯ରେ ଜନ୍ମ ଗ୍ରହଣ ହୋଇଥିବା ବେଳେ ବର୍ତ୍ତମାନ ତାର ବୟସ ମାତ୍ର ଦୁଇବର୍ଷ ଆଠ ମାସ। ସେ ଏହି ଶିଶୁ ବୟସରେ ଚାରିଦିଗ ମନେପକାଇ ନିରୂପଣ କରିପାରୁ ଥିବା ବେଳେ ଜାତୀୟ ସଙ୍ଗୀତ ଗାନ, ୧ ରୁ ୧୫ ପର୍ଯ୍ୟନ୍ତ ସଂଖ୍ୟ ଗଣନ, ଦଶ ପ୍ରକାର ଆକାର, ଶରୀରର ଦଶ ଗୋଟି ଅଙ୍ଗ, ୨୦ ପ୍ରକାର ପଶୁପକ୍ଷୀଙ୍କ ଚିହ୍ନଟ, ଅନେକ ପ୍ରକାର ରଙ୍ଗ ଓ ପାଞ୍ଚ ପ୍ରକାର ୟୋଗ ଅଭ୍ୟାସ ସହଜରେ କରି ପାରୁଛନ୍ତି। ଏଭଳି ବିଚକ୍ଷଣତା ପାଇଁ ତାଙ୍କୁ ଏହି ସ୍ଥାନ ମିଳିଥିବା ଜଣାପଡିଛି। ଏହା ଅଞ୍ଚଳ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.