ଟିଙ୍ଗିପଦର ଗ୍ରାମର ଆଦିବାସୀ ଝିଅ ହତ୍ୟାକାରୀଙ୍କୁ ତୁରନ୍ତ ଧରିବାକୁ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ କଳାହାଣ୍ଡି ଓ ଆଦିବାସୀ ସମାଜର ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଟିଙ୍ଗିପଦର ଗାଁର ଆଦିବାସୀ ଝିଅ ପ୍ରେମଶିଲା ମାଝୀକୁ ସେହି ଗାଁର ସୁନିଲ ଦାସ ପ୍ରେମ କରି ଆଜିକୁ ଚାରିମାସ ହେଲା ଉଭୟ ଗାଁ ଛାଡି ଅନ୍ୟତ୍ର ଯାଇଥିଲେ । ଗତ ଅକ୍ଟୋବର ୩୦ ଦିନ ଗାଁକୁ ଆସି ଉଭୟ ପୋଲିସ ସମ୍ମୁଖରେ ଆଇନ ସମ୍ମତ ବିବାହ କରିବାର ପୁଅ ପକ୍ଷରୁ କୁହାଯାଇଥିଲା କିନ୍ତୁ କୋର୍ଟ ମ୍ୟାରେଜ ନକରି ଝିଅକୁ ନେଇ ପୁଅ ଫେରାର ମରିଥିଲା । ଝିଅ ପକ୍ଷ ପୁଣି ପୋଲିସର ଆଶ୍ରୟ ନେଇଥିଲେ । ପୁନର୍ବାର ପୋଲିସ ସମ୍ମୁଖରେ ନଭେମ୍ବର ୯ତାରିଖ ପୁଅ ଝିଅଙ୍କୁ ଆଣି କୋର୍ଟ ମ୍ୟାରେଜ କରାଯିବ ବୋଲି ପୁଅର ବାପା ପୋଲିସ ଉପସ୍ଥିତିରେ ଚୁକ୍ତିନାମା କରିଥିଲେ କିନ୍ତୁ କୋର୍ଟ ମ୍ୟାରେଜ୍ ହୋଇପାରି ନଥିଲା । ୧୦ ତାରିଖ ଅପରାହ୍ନ ସମୟରେ ଗାଁର ଗୋଟିଏ ଲିମ୍ବ ଗଛରେ ଝୀଅର ମୃତ୍ୟୁ ଦେହ ଝୁଲୁଥିବାର ଗାଁ ଲୋକେ ଦେଖିଲବାକୁ ପାଇଥିଲେ । ଏହା ଏକ ପ୍ରେମଜନିତ ଘଟଣା ହେତୁ ଝିଅ ଘର ସହ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ଯୁବ କର୍ମକର୍ତ୍ତା, ବ୍ଳକ ସଭାପତି ଓ ରାଜ୍ୟ ଉପ ସଭାପତି ତଥା ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ହସ୍ତକ୍ଷେପରେ ହତ୍ୟାକରିଙ୍କୁ ତୁରନ୍ତ ଧରିବା ପାଇଁ ଦାବି ହୋଇଥିଲା । ଅପରପକ୍ଷରେ ପୁଅର ବାପା ମାଙ୍କୁ ଥାନାରେ ଅଟକ ରଖିବା ପରେ ଝିର ଶବ ସତ୍କାର ହୋଇଥିଲା । ଏହି ଘଟଣାକୁ ପ୍ରଥମେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ କଳାହାଣ୍ଡି ସ୍ଵର ଉତ୍ତୋଳନ କରି ଘଟଣାର ଗ୍ରାଉଣ୍ଡ ଜିରୋକୁ ଓ କେଗାଁ ଥାନାକୁ ଜିଲ୍ଲା ଆଦିବାସୀ ସଂଘ ସହିତ ଗତକାଲି ପହଞ୍ଚି କେଗାଁ ଥାନା ଆଇଆଇସି ପ୍ରଶାନ୍ତ କୁମାର କୋଲାହାରସଙ୍କୁ ଭେଟି ହତ୍ୟାକରିଙ୍କୁ ତୁରନ୍ତ ଧରି କୋର୍ଟ ଚଲାଣ କରିବାକୁ ଦାବି କରିଥିଲେ । ଏଥିରେ ଧନଞ୍ଜୟ ଦୀପ, ଯତିନ୍ଦ୍ର କର, ଜୟପ୍ରକାଶ ଜାଲ, ଜିଲ୍ଲା ଆଦିବାସୀ ସମାଜର ପରମାନନ୍ଦ ମାଝୀ, ରାଜେନ୍ଦ୍ର ମାଝୀ, ସଂକୀର୍ତ୍ତନ ମାଝୀ, ପୁରୁଷୋତ୍ତମ ମାଝି, କୈଳାସ ମାଝୀ ମୃତ୍ୟୁ ଝିଅର ପରିବାର ସହ ଅନେକ ଲୋକ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.