ମହାବୀର ମହୋତ୍ସବ: ‘ଘୁମୁରା’କୁ ନେଇ ଆଲୋଚନାଚକ୍ର, ସମ୍ବର୍ଦ୍ଧିତ ହେଲେ କୃତି ସନ୍ତାନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ୱାରା ଆୟୋଜିତ ୫୮ତମ ମହାବୀର ମହୋତ୍ସବ-୨୦୨୨ର ଷଷ୍ଠ ଦିବସର କାର୍ଯ୍ୟକ୍ରମ ଦିବା ୧୦ ଘଣ୍ଟା ସମୟରେ ‘ବୀରବାଦ୍ୟ ଘମୁରା’ ପ୍ରସଙ୍ଗରେ ଆଲୋଚନାଚକ୍ର ହୋଇଥିଲା । ଏହି ଆଲୋଚନା ଚକ୍ରର ଭିତ୍ତିପ୍ରବନ୍ଧ ଗବେଷକ, ସୁ-ସାହିତ୍ୟିକ ଅଧ୍ୟାପକ ପରମେଶ୍ଵର ମୁଣ୍ଡ ଉପସ୍ଥାପନ କରିଥିଲେ । ଏହି ଆଲୋଚନାଚକ୍ରକୁ ସଭାପତିତ୍ୱ କରିଥିଲେ ସୁ-ସାହିତ୍ୟିକ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ରାସବିହାରୀ ବେହେରା । ଏହି ଆଲୋଚନାଚକ୍ରରେ ପୀତାମ୍ବର ଭୋଇ, କୁଳସଚିବ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହାର ସଂଯୋଜନା କରିଥିଲେ କବି ହେମନ୍ତ ସାହୁ ଓ ଗୌରାଙ୍ଗ ସାହୁ । ଅନ୍ୟାନ୍ୟ ଆଲୋଚକମାନଙ୍କ ମଧ୍ୟରେ ଉମାଶଙ୍କର କର, ସତ୍ୟନାରାୟଣ ରାଜପୁତ, ଚୈତନ୍ୟ ଗଉଡ଼, ସତ୍ୟନାରାୟଣ ମହାପାତ୍ର, ସୁରୁ ବାରିକ, ତୀର୍ଥରାଜ ଦଳପତି, ମେହାନ ବିଶି ଅଂଶଗ୍ରହଣ କରିଥିଲେ ।

୫୮ତମ ମହାବୀର ମହୋତ୍ସବ-୨୦୨୨ର ସାନ୍ଧ୍ୟକାଳୀନ ସାହିତ୍ୟ ସଭା ମା’ ମାଣିକେଶ୍ୱରୀଙ୍କ ପୂଜାର୍ଚ୍ଚନା ଓ ମହାବୀର ସଂଗୀତ ଗାନ ପରେ ଆରମ୍ଭ ହୋଇଥିଲା । ଏହି ସଭାକୁ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ, ସୁସାହିତ୍ୟିକ ରାସବିହାରୀ ବେହେରା ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଉପ-ସଭାପତି ଶାନ୍ତନୁ କୁମାର ବେହେରା ସଭାପତିତ୍ୱ କରିଥିଲେ । ଲୋକ ସାହିତ୍ୟ ଓ ସଂସ୍କୃତି ଗବେଷକ ମହେନ୍ଦ୍ର ମିଶ୍ର ସମ୍ମାନନୀୟ ଅତିଥି, ଡ.ନୃପରାଜ ସାହୁ, କୁଳସଚିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟବକ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଅନୁଷ୍ଠାନ ତରଫରୁ ଏହି ଅଞ୍ଚଳର ସନ୍ତାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ.ସଦାନନ୍ଦ ପାଣିଗ୍ରାହୀ-ସ୍ୱାସ୍ଥ୍ୟସେବା, ରାଧା ଦାମୋଦର ପାତ୍ର-କ୍ରୀଡ଼ା, ଶଶାଙ୍କ ଶେଖର ମହାପାତ୍ର-ସଂଗୀତ, ଡ. ନୃପରାଜ ସାହୁ-ସାହିତ୍ୟ, ରବୀନ୍ଦ୍ର କୁମାର ମିଶ୍ର-ସାମ୍ବାଦିକତା, ସୁରେଶ ଥନାପତି-କୃତିସଭ୍ୟ, ସାବିର ହୁସେନ୍-ସ୍ଵତନ୍ତ୍ର ସମ୍ମାନ କ୍ଷେତ୍ରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଛାତ୍ରଛାତ୍ରୀମାନଙ୍କ ସମୂହ ଲୋକନୃତ୍ୟ ପ୍ରତିଯୋଗିତା ସମସ୍ତଙ୍କ ମନମୋହି ଥିଲା । ରିଏଲିଟି ସୋ ‘ଭଏସ୍ ଅଫ୍ କଳାହାଣ୍ଡି’ର ଚୂଡ଼ାନ୍ତ ପ୍ରତିଯୋଗିତାରେ ମୌସୁମୀ ସୁନାନୀ ବିଜତା ଓ ଅନୁଷ୍କା ସାହାଣୀ ରନର୍ସ ଅପ୍ ହୋଇଥିଲେ । ଷଷ୍ଠ ଦିନର ସାହିତ୍ୟସଭାକୁ ସଂଯୋଜନା କରିଥିଲେ ଅନୁଷ୍ଠାନର ଯୁଗ୍ମ-ସମ୍ପାଦକ ସଂଜୀବ କୁମାର ସିଂହ । ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ଓ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର କ୍ରୀଡ଼ା ସମ୍ପାଦକ ସୁଶୀଲ କୁମରା ଗହୀର । ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା ‘ମହାବୀର ମହୋତ୍ସବ-୨୦୨୨’ର ଭାଗିଦାରିତା ପାଇଁ ସମସ୍ତ ସହଯୋଗୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.