କର୍ଲାପଡାର ବିଭିନ୍ନ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କର୍ଲାପଡା ଠାରେ ଧୃବ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜିତ ହୋଇଯାଇଛି । ସ୍ୱାଧୀନତା ପରେ ମଧ୍ୟ ବିଭିନ୍ନ ସମସ୍ୟାରେ ଗତିକରୁଥିବା କର୍ଲାପଡା ଅଞ୍ଚଳରେ ଏଯାଏଁ ଆନୁସଙ୍ଗିକ ସବୁ ସମସ୍ୟା ରହିଯାଇ ଅଛି ।

ଏଭିତରେ, ସରକାରୀ ଆଇ.ଟି. ଆଇ, ତୁର୍ପି (ଏମ.ଆଇ.ପି)ର ପୁନଃ ଉଦ୍ଧାର, ସରକାରୀ ଶୀତଳ ଭଣ୍ଡାର, କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କେମ୍ପସ୍ ସ୍ଥାପନ, କପା ଗବେଷଣାଗାର ଓ ମାର୍କେଟିଙ୍ଗ ଅଫିସ ସ୍ଥାପନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଥିଲା ଏବଂ ଅତିଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଗୋଚର କରିବାନେଇ ଲୋକମାନେ ଏହି ଦାବିଗୁଡିକ ରଖିଥିଲେ । ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ଆନ୍ତର୍ଜାତିକ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।

କାର୍ଯ୍ୟକ୍ରମରେ କୁମାର ମଣି ପ୍ରଧାନ, ରାମଚନ୍ଦ୍ର ଧଙ୍ଗଡ଼ା ମାଝୀ, ସୁରେନ୍ଦ୍ର ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟ ଦୟାନିଧି ନାଏକ, ଚହଗାଁ ସରପଞ୍ଚ ତପସ୍ବିନୀ ସାହୁ, କର୍ଲାପଡା ସରପଞ୍ଚ ସୁଷମା ସେନାପତି, କର୍ଲାଗୁଡା ସରପଞ୍ଚ ଆଦିତ୍ୟ କୁମାର ନାଏକ, ଥୁଆପଦର ସରପଞ୍ଚ ଦିଗାମ୍ବର ଲୁହା, ପାଲସିଝରଣ ସରପଞ୍ଚ ପ୍ରିୟାଙ୍କିନି ନାଏକ, ବୃଷବ ବାହାନ ପ୍ରଧାନ, ଜଗତ ରାମ ସାହୁ, କାମଦେବ ବେଶ୍ରା, ସୁବଳ ଚନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, ଚୂଡ଼ାମଣି ବାଗ, ପାର୍ଥବ ବାଗ, କହ୍ନେଇ ଚରଣ ପ୍ରଧାନ, ତରୁଣ ପ୍ରଧାନ, ରାଜୀବ ଲୋଚନ ଯୁଆଡ଼, ଅଞ୍ଜନ କୁମାର ପ୍ରଧାନ, ଅଶ୍ୱିନୀ କୁମାର ପ୍ରଧାନ, ଡିଙ୍ଗର ପଟେଲ, ସୁଦର୍ଶନ ପ୍ରଧାନ, ଅଞ୍ଜନ କୁମାର ବାଗ, ବିଘ୍ନରାଜ ପ୍ରଧାନ, ବିମ୍ବାଧର ପ୍ରଧାନ, ଦୁଷ୍ମନ୍ତ ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.