ନର୍ଲା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ନଭେମ୍ବର ୧୪ ପବିତ୍ର ଶିଶୁ ଦିବସ। ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ। ଏହି ଦିନକୁ ଶିଶୁ ଦିବସ ଭାବରେ ପାଳନ କରୁଛି ସାରା ଦେଶ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସମସ୍ତ ବିଦ୍ୟାଳୟରେ ଶିଶୁ ଦିବସ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଥିବା ଜଣାପଡିଛି।

ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସତ୍ୟ ରଞ୍ଜନ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିଶୁ ଦିବସ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରେମାନନ୍ଦ ସେନାପତି, ଅଶୋକ କୁମାର ଧଙ୍ଗଡାମାଝୀ, ଶଙ୍କର୍ଷଣ ଗୈାଡ, ରଜନୀକାନ୍ତ ବିଶ୍ବାଳ, ହୃଦାନନ୍ଦ ଶବର, ଶିକ୍ଷୟିତ୍ରୀ କଲ୍ୟାଣୀ ଷଡ଼ଙ୍ଗୀ, ରଶ୍ମୀତା ତ୍ରିପାଠୀ ଓ ରିନା ପରିଡା ଉପସ୍ଥିତ ରହି ଶିଶୁ ଦିବସ ଉପରେ ଆଲୋକପାତ କରିବାସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ବିଦ୍ୟାଳୟର ଅନେକ ଶିକ୍ଷାର୍ଥୀ ଶିଶୁ ଦିବସ ଉପରେ ଚମତ୍କାର ଢଙ୍ଗରେ ଅବିଭାଷଣ ପ୍ରଦାନ କରିଥିଲେ।

ରୁପ୍ରାରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ତ୍ରିପାଠୀଙ୍କ ତତ୍ବାବଧାନରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଶିଶୁ ଦିବସ ପାଳନ କରିଥିଲେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶିଶୁ ଦିବସର ତାତ୍ପର୍ଯ୍ୟ ଏବଂ ପଣ୍ଡିତ ନେହେରୁଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ଏନଏମଏମଏସ ୨୦୨୨ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଯୁଧିଷ୍ଠିର ଗହୀର ଏବଂ ଛାତ୍ରୀ ଶୁଭଲକ୍ଷ୍ମୀ ପାୟାସିଂ ତଥା ସୁରଭୀ ଶିଶୁ ମହୋତ୍ସବରେ ବ୍ଲକ୍ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମନୀଷା ପଧାନଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିପାଠୀ ଅଭିନନ୍ଦନ ଜ୍ଞାପନ କରିଥିଲେ।

ସେହିପରି ଭାବେ ବୁଢୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଡୋଲେଶ୍ବର ସାହୁଙ୍କ ତତ୍ବାବଧାନରେ ଆୟୋଜିତ ଶିଶୁ ଦିବସ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସତ୍ୟଭାମା ପଣ୍ଡା ପରିଚାଳନାରେ କରିଥିବାବେଳେ ଶେଷରେ ଶିକ୍ଷକ ଦୁର୍ଗାମାଧବ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିଶୁ ଦିବସ ଉପରେ ଅଭିଭାଷଣ ରଖିଥିଲେ।

ନର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉପରପଡା ଠାରେ ପ୍ରଧାନ ଶିକ୍ଷକ ନକୁଳ ସେନାପତି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବାସହ ପ୍ରଥମେ ପଣ୍ଡିତ ଜବହାରଲାଲ ନେହେରୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଦୀପ ଧୂପ ଜ୍ଞାପନ କରି ଶିଶୁ ଦିବସର ମହତ୍ତ୍ୱ, ଉଦ୍ଦେଶ୍ୟ ଓ ପଣ୍ଡିତ ଜବହାରଲାଲ ନେହେରୁଙ୍କ ଆଦର୍ଶ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ସପ୍ତମ ଶ୍ରେଣୀ ଛାତ୍ରୀ ସ୍ମୃତି ରେଖା ଗଉଡ଼ ଶିଶୁ ଦିବସର ମାହାତ୍ମ୍ୟ ଉପରେ ଅଭିଭାଷଣ ଦେଇଥିଲେ । ଶେଷରେ ଶିକ୍ଷୟିତ୍ରୀ ସୀମା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.