ସାହସୀ ଯୁବକ ବିନୋଦ ନାଗ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ତେଲ ନଦୀରେ ଭାସି ଯାଉଥିବା ୪ଜଣ ମହିଳା ନିଶ୍ଚିତ ମୃତ୍ୟ ମୁଖର ବଞ୍ଚି ଯାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ମହିଳାମାନେ ନଦୀ ଭିତରକୁ ଯାଇ ଗାଧୋଇବା ସମୟରେ  ହଠାତ୍ ଗଭୀର ଭାଗକୁ ଚାଲି ଯାଇଥିଲେ। ନଦୀର ସ୍ରୋତ ଅଧିକ ଥିବାରୁ ଜଣେ ମହିଳା ପାଣିରେ ଭାସି ଯାଉଥିଲେ। ଏ ସବୁ ଦେଖି ସାଙ୍ଗରେ ଯାଇଥିବା ଆଉ ୩ ଜଣ ମହିଳା, ଭାସି ଯାଉଥିବା ମହିଳାଙ୍କୁ ଉଦ୍ଧାର କରିବା ପାଇଁ ନଦୀ ଭିତରକୁ ଚାଲି ଯାଇଥିଲେ। ହେଲେ ସେମାନେ ମଧ୍ୟ ପାଣିର ସ୍ରୋତରେ ଭାସି ଯାଉଥିବା ବେଳେ ପାଖରେ ଥିବା ବିନୋଦ କୁମାର ନାଗ ନାମକ ଜଣେ ସାହାସୀ ଯୁବକ ନଦୀକୁ ଲମ୍ପ ମାରି ସମସ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତ ମହିଳାଙ୍କୁ  ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନେ ସମସ୍ତେ ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି। ଏହି ଘଟଣା ପରେ ସେହି ସାହାସୀ ଯୁବକ ବିନୋଦଙ୍କ ପାଖକୁ ବିଭିନ୍ନ ମହଲରୁ ସୁବେତ୍ସାର ସୁଅ ଛୁଟିବାକୁ ଲାଗିଛି। ବିନୋଦଙ୍କୁ ସାହସିକତା ପୁରସ୍କାର ଦେବା ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଛି। ଏହି ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟୁଇଟ କରି ସ୍ଥାନୀୟ ଲୋକେ ଜଣାଇ ଥିବା ଜଣା ପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.