ସ୍ଥାୟୀ ନିଯୁକ୍ତି ଦାବି ନେଇ କଳାବ୍ୟାଚ ପରିଧାନ କଲେ ପାରା ବନ କର୍ମଚାରୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ସ୍ଥାୟୀ ନିଯୁକ୍ତି, ବେତନ ବୃଦ୍ଧି, ସରକାରୀ କର୍ମଚାରୀ ମାନ୍ୟତା ଭଳି ଦାବି ନେଇ ଆଜି କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି ପାରା ବନ କର୍ମଚାରୀ । ରାୟଗଡା ବନାଂଚଳ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ରାୟଗଡା ଜିଲ୍ଲା ଅସ୍ଥାୟୀ ବନ କର୍ମଚାରୀ ସଂଘ, ରାୟଗଡା ରେଂଜ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଠାରୁ ସପ୍ତାହବ୍ୟାପି କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି ଜିଲ୍ଲାର ୧୫୦ ପାରା ବନ କର୍ମଚାରୀ । ବର୍ଷ ବର୍ଷ ଧରି ରାୟଗଡା ବନଖଣ୍ଡରେ ପାରା ବନ କର୍ମଚାରୀ, ଏଲିଫେଣ୍ଟ ସ୍କାର୍ଡ ଓ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରି ବନ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା, ହାତୀ ସୁରକ୍ଷାରେ ନିୟୋଜିତ ରହି ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରିବାରେ ସହାୟକ ହେଉଥିଲେ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ଦିଗରେ କୈାଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ମହାସଂଘ ଆହ୍ୱାନରେ କଳାବ୍ୟାଚ ପରିଧାନ କରି ଆନ୍ଦୋଳନ କରାଯାଉଥିଵା ଜଣାପଡିଛି । ରାୟଗଡା ଜିଲ୍ଲା ଶାଖା ଅସ୍ଥାୟୀ ବନ କର୍ମଚାରୀ ସଂଘ ସଭାପତି ରାମଚନ୍ଦ୍ର ମିଣିୟାକା, ଉପସଭାପତି ସୁରୀ ନାରାୟଣ ମିଣିୟାକା, ସଂପାଦକ ଦିନେଶ ପାଣିଗ୍ରାହୀଙ୍କ ସମେତ ସଂଘ ସଦସ୍ୟ ତଥା କର୍ମଚାରୀମାନେ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.