ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର “ସ୍ୱାବଲମ୍ବୀ ଭାରତ ଅଭିଯାନ” ବିଷୟରେ ପ୍ରେସ୍ ମିଟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ବ୍ଲକ ଅଫିସ ନିକଟସ୍ଥ ସଂସ୍କୃତି ଭବନ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର “ସ୍ୱାବଲମ୍ବୀ ଭାରତ ଅଭିଯାନ” ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ସମ୍ମିଳନୀର ମୁଖ୍ୟ ଉଦେଶ୍ୟ ଥିଲା ରାୟଗଡା ଜ଼ିଲ୍ଲାର ଯୁବକ ଯୁବତୀ କେବଳ ଚାକିରି ଉପରେ ନିର୍ଭର ନକରି ସ୍ୱାବଲମ୍ବୀ ହେଇ ନିଜେ ଅର୍ଥ ଅର୍ଜନ କରିବା ସାମର୍ଥ୍ୟ ହେବା ସହ ଅନ୍ୟ ମାନଙ୍କୁ କିପରି ରୋଜଗାର ଦେବେ । ସମ୍ମିଳନୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସ୍ବଦେଶୀ ଜାଗରଣ ମଞ୍ଚର ଅଖିଳ ଭାରତୀୟ ସଂଘର୍ଷ ବାହିନୀର ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ଯୋଗ ଦେଇ ଦେଶର ଆର୍ଥିକ ସ୍ଥିତି ଏବଂ ବେରୋଜଗାରର ମୁଖ୍ୟ କାରଣ ଉପସ୍ଥାପନା କରିଥିଲେ । ତତ୍ ସହିତ ଦେଶରେ ପ୍ରତେକ ବର୍ଷ ନବେ ଲକ୍ଷ ପିଲା ଗ୍ରାଜୁଏଟ ହେଇ ବାହାରୁଛନ୍ତି ତେଣୁ ଏହା ଅସମ୍ଭବ ଯେ ପ୍ରତେକ ପିଲା ଚାକିରି କ୍ଷେତ୍ର ଯାଇ ନିଜର ଏବଂ ପରିବାରର ଭରଣପୋଷଣ କରି ପାରିବେ । ତେଣୁ ସ୍ୱାବଲମ୍ବୀ ହୋଇ ନିଜର କିଛି ନୂଆ ଚିନ୍ତାଧାରା ତଥା ଶିକ୍ଷାକୁ ବ୍ୟବହାର କରି ସମାଜରେ ଏକ ନୂଆ ପରିଚୟ ସୃଷ୍ଟି କରିବା ସହ ଅନ୍ୟ ମାନଙ୍କୁ ରୋଜଗାର ଦେବା ଆବଶ୍ୟକ ବୋଲି କହିଥିଲେ । ଶ୍ରୀ ପାଣିଗ୍ରାହୀ ଅନେକ ଜୀବନ୍ତ ଉଦାହରଣ ମଧ୍ୟ ଦେଇଥିଲେ । ସେଥିରୁ ଅନ୍ୟତମ ଥିଲା ଆମ ରାୟଗଡା ଜ଼ିଲ୍ଲାର ପୁଅ ରିତେଶ ଅଗ୍ରୱାଲ । ଯିଏ ଆଜି ବିଶ୍ୱରେ ସୁପରିଚିତ । ଓୟୋ ନାମକ ସଂସ୍ଥା କରି ଶହ ଶହ କୋଟିର ମାଲିକ ହୋଇପାରିଛନ୍ତି । ସେହିପରି ଡକ୍ଟର ବାଦଲ ତା’ କହିଲେ ଆଗାମି ଦିନରେ ଏହି ସ୍ୱାବଲମ୍ବୀ ଅଭିଯାନ ବ୍ୟାପକ ରୂପରେ ଜ଼ିଲ୍ଲାରେ କାମ କରିବା ସହ ଜ଼ିଲ୍ଲାର ଯୁବକ ଯୁବତୀ କିପରି ସ୍ୱାବଲମ୍ବୀ ହେବେ ସେ ଉପରେ ଧ୍ୟାନ ଆକର୍ଷଣ କରିବେ ତାହାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହି ସମ୍ମିଳନୀରେ ଆନନ୍ଦ ରାଓ (ସମନ୍ୱୟକ, ସ୍ୱାବଲମ୍ବୀ ଭାରତ ଅଭିଯାନ, ରାୟଗଡା ଜ଼ିଲ୍ଲା) ମଧ୍ୟ ଉପସ୍ଥିତ ଥିବା ବେଲକେ ପରିଶେଷରେ ଶ୍ୟାମ କୁମାର ଦାଶ ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେବା ସହ ଆଜିର କାର୍ଯ୍ୟକ୍ରମର ବିବରଣୀ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ଗାନ୍ଧୀ ଇନଷ୍ଟିଟିୟୁଟ ଅଫ ସାଇନ୍ସ ଏଣ୍ଡ ଟେକନୋଲୋଜି (ଜିଷ୍ଟ)ରେ ଛାତ୍ରଛାତ୍ରୀ ଉପସ୍ଥିତିରେ କାର୍ଯ୍ୟକ୍ରମ, ତେଜସ୍ୱୀ ହୋଟେଲରେ ବୁଦ୍ଧିଜିବି ସମ୍ମିଳନୀ ଏବଂ ଶେଷ କାର୍ଯ୍ୟକ୍ରମ ଏହି ଅଭିଯାନ ସହ ଯୋଡି ହେଇଥିବା କାର୍ଯ୍ୟକର୍ତ୍ତା ମାନଙ୍କ ସହ ବୈଠକ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.