ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ଼ା ତରଫରୁ ଶିଶୁଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସୋମବାର ରାୟଗଡ଼ା ସ୍ଥିତ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏଥିରେ ସମ୍ପାଦିକା ନିବେଦିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା କମିଟି ସଦସ୍ୟା ପ୍ରତିମା ପାଣିଗ୍ରାହୀ, କିଶୋର ନ୍ୟାୟ ବୋର୍ଡ ସଦସ୍ୟା ତଥା ଓକିଲ ପ୍ରଣତି ପାତ୍ର ଓ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ପଣ୍ଡିତ ଜବହାର ଲାଲ ନେହେରୁଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ପ୍ରଦାନ ସହ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା । ପିଲାଙ୍କୁ ଶିଶୁ ସୁରକ୍ଷା ଆଇନ, ଶିଶୁମାନଙ୍କ ଆଇନଗତ ଅଧିକାର, ବାଲ୍ୟ ବିବାହ ନିରୋଧ ଆଇନ ବ୍ୟବସ୍ଥା ବିଷୟରେ ଜଷ୍ଟିସ ନିବେଦିତା ପଣ୍ଡା ପିଲାଙ୍କୁ ଅବଗତ କରିବା ସହ ସୁନ୍ଦର ଚରିତ୍ର ଓ ଭବିଷ୍ୟତ ଗଠନ ଦିଗରେ ପିଲାଙ୍କୁ ଉତ୍ସାହିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରତିମା ପାଣିଗ୍ରାହୀ ଜିଲ୍ଲା ଶିଶୁ ମଙ୍ଗଳ କମିଟିର କାର୍ଯ୍ୟ ସହ ଅନାଥ, ଶୋଷିତ, ନିଷ୍ପେସିତ ଶିଶୁଙ୍କ ନିମନ୍ତେ ଆଇନଗତ ସହାୟତା ବିଷୟରେ ଆଲୋଚନା କରିଥିଲେ । ଓକିଲ ପ୍ରଣତି ପାତ୍ର ନିଜ ବକ୍ତବ୍ୟରେ ସରଳ ଶିଶୁ କାହିଁକି ଅପରାଧ କରେ, ଶିଶୁ ଅପରାଧୀଙ୍କ ମାନସିକ ପରିବର୍ତ୍ତନ ସହ ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ । ଶେଷରେ ବିଦ୍ୟାଳୟରେ ଶିଶୁ ଦିବସ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର, ଛାତ୍ରୀଙ୍କୁ ଅତିଥିବୃନ୍ଦ ପୁରସ୍କାର ବଣ୍ଟନ କରିଥିଲେ । ଶିକ୍ଷକ ନୀଳାଞ୍ଚଳ ମିଶ୍ର ବୈଠକ ପରିଚାଳନା କରିଥିଲେ ।

Udyog Nursery
Udyogi Nursery

ଶିଶୁ ଦିବସ ମହୋତ୍ସବରେ ବି ଆର୍ ସି ସି ବଳରାମ ହୂଇକା, ଏବିଇଓ ଛବିଲାଲ ସିଂ, ସିଆରସିସି ପ୍ରଶାନ୍ତି ସାହୁ ଓ ଶିକ୍ଷକ ସଞ୍ଜୟ ଉଳାକା ଅତିଥି ରୂପେ ଯୋଗଦେଇ ବୈଠକରେ ଶିଶୁ ଦିବସ ଅବସରରେ ନିଜ ବକ୍ତବ୍ୟ ରଖିଥିଲେ ।ବିଦ୍ୟାଳୟର କର୍ମକର୍ତ୍ତା ବାସନ୍ତୀ ମିଶ୍ର, ରାଜେଶ ସିଂ, ସବିତା ପ୍ରଧାନ, ଦିପ୍ତିଲତା ପଣ୍ଡା, ମଧୁସ୍ମିତା ତ୍ରିପାଠୀ, ମାଳତୀ ମହାନ୍ତି, ମନୋରମା ସାହୁ, ନମିତା ମାଝୀ, ସୋନାଲିସା ସାମଲ ଓ ପ୍ରଭାତ ସେନାପତି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଜନକ ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.